ETV Bharat / state

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧୀନ ଶିରିସବଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ଅଭିଭାବକ ଓ ସ୍କୁଲ ଛାତ୍ରଛାତ୍ରୀ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

author img

By

Published : Mar 11, 2019, 11:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଜିଲ୍ଲାରେ ଶିକ୍ଷା ବିଭାଗର ପିଛା ଛାଡ଼ୁନି ସମସ୍ୟା । ଗୋଟିଏ ସମସ୍ୟାର ସମାଧାନ ନ ହେଉଣୁ ଅନ୍ୟ ଏକ ସମସ୍ୟା ଦେଖାଦେଉଛି । ସୋମବାର ଶାମାଖୁଣ୍ଟା ବ୍ଲକ ଅଧୀନ ଶିରିସବଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ଅଭିଭାବକ ଓ ସ୍କୁଲ ଛାତ୍ରଛାତ୍ରୀ ।

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନଭୋଜନରେ ହେରଫେର କରୁଥିବାବେଳେ ପିଲାଙ୍କୁ ମାଡ଼ ମାରୁଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିସହ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଅଣଦେଖା କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସେପଟେ, ଅଭିଭାବକଙ୍କ ଦ୍ବାରା ନିଯୁକ୍ତ କରାଯାଇଥିବା ଚେୟାରମ୍ୟାନଙ୍କୁ ବିଦ୍ୟାଳୟର ପରିଚାଳନା ସମ୍ବନ୍ଧୀୟ କୌଣସି ତଥ୍ୟ ଦିଆଯାଉ ନାହିଁ । ଯାହାର ବିରୋଧ କରି ସୋମବାର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପକାଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.