ETV Bharat / state

8 ଦଫା ଦାବିରେ ଶ୍ରୀ ହରିବଳଦେବ ଜୀଉ ସେବାୟତଙ୍କ ପଦଯାତ୍ରା - demand

ବିଭିନ୍ନ ଦାବି ନେଇ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ୫୦ରୁ ଊର୍ଦ୍ଧ୍ବ ସେବାୟତ ପଦଯାତ୍ରାରେ ବାହାରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 19, 2019, 1:01 PM IST

ମୟୂରଭଞ୍ଜ: ବିଭିନ୍ନ ଦାବି ନେଇ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ୫୦ରୁ ଊର୍ଦ୍ଧ୍ବ ସେବାୟତ ପଦଯାତ୍ରାରେ ବାହାରିଛନ୍ତି । ଏହି ପଦଯାତ୍ରା ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ପାଖରୁ ଆରମ୍ଭ ହୋଇ ଭୁବନେଶ୍ବର ନବୀନ ନିବାସ ପର୍ଯ୍ୟନ୍ତ ଜାରି ରହିବ । ଏହି ପଦଯାତ୍ରାରେ ଉଭୟ ମନ୍ଦିର ସେବାୟତ ଓ ରଥ କାରିଗରମାନେ ଯୋଗ ଦେଇଛନ୍ତି । ସେହିପରି ସେବାୟତମାନେ ଏହି ଘଟଣାକୁ ଜିଲ୍ଲାର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଜଣାଇ ନ ଥିବା ମନ୍ତ୍ରୀ ନିଜେ ସ୍ପଷ୍ଟ କରିଛନ୍ତି ।

ଆଗକୁ ଆସୁଛି ରଥଯାତ୍ରା । ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚିତ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ରଥ ନିର୍ମାଣ କାର୍ଯ୍ୟ ଏବେ ବନ୍ଦ ରହିଛି । ସେବାୟତ ଓ ରଥ କାରିଗରମାନେ ବିଧିବଦ୍ଧ ଭାବେ ଦ୍ବିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି ସହ ମାସିକ ଦରମା, ରଥକାର୍ଯ୍ୟ ପାଇଁ ସୁବ୍ୟବସ୍ଥା, ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବା ଭଳି 8 ଦଫା ଦାବି ରଖିଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ରଥ କାର୍ଯ୍ୟ ଓ ମନ୍ଦିର ରୀତିନୀତି ବନ୍ଦ ରହିବ ବୋଲି ସେବାୟତମାନେ ସ୍ପଷ୍ଟ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବିଭିନ୍ନ ସମୟରେ ଜିଲ୍ଲାପାଳ ଓ ବିଧାୟକଙ୍କୁ ଅଭିଯୋଗ କରିଥିଲେ ହେଁ ସେମାନେ କୌଣସି ପଦକ୍ଷେପ ନେଇ ନ ଥିଲେ । ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାରୁ ଦାବି ଗୁଡିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ପଦଯାତ୍ରା କରିଥିବା ସେବାୟତ ଓ ରଥ କାରିଗରମାନେ କହିଛନ୍ତି । ଯଦି ଦାବି ଗୁଡିକ ପୂରଣ ନହୁଏ, ତେବେ ଏବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ସେମାନେ କହିଛନ୍ତି ।

ସେହିପରି ସେବାୟତମାନେ ଏହି ଘଟଣାକୁ ଜିଲ୍ଲାର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଜଣାଇ ନ ଥିବା ମନ୍ତ୍ରୀ ନିଜେ ସ୍ପଷ୍ଟ କରିଛନ୍ତି । ସୁଦାମ କହିଛନ୍ତି ପ୍ରଥମେ ଗ୍ରାମଦେବତୀ ବଡାମ ପରେ ପ୍ରଭୁ ଜଗନ୍ନାଥ । ଏଣୁ ପ୍ରଥମେ ଜିଲ୍ଲାର ମନ୍ତ୍ରୀକୁ ଜଣାଇବା ପରେ ନବୀନ ନିବାସ ଯିବା କଥା । ତେଣୁ ଏ ପଦଯାତ୍ରାର ମାନେ କିଛି ନାହିଁ । ତେବେ ସେ ସେବାୟତଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ନେବେ । ଅନ୍ୟପକ୍ଷରେ ସରକାର ଘଟଣା ପ୍ରତି ସମ୍ବେଦନଶୀଳ ଅଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.