ETV Bharat / state

ସରକାରୀ ଗାଡିକୁ ଭଡ଼ାରେ ଲଗାଇଲେ ଡ୍ରାଇଭର, ପୋଲିସରେ ଜିମା ଦେଲେ ଲୋକେ

ସ୍ବାସ୍ଥ୍ୟ ବିଭାଗର ସରକାରୀ ଗାଡିକୁ ଭଡ଼ା ସୂତ୍ରରେ ବ୍ୟବହାର କରି ରୋଜଗାର କରୁଛି ଡ୍ରାଇଭର। ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାରରେ ଗାଡିକୁ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି ଲୋକେ। ଅଧିକ ପଢନ୍ତୁ...

ସରକାରୀ ଗାଡିକୁ ଭଡ଼ାରେ ଲଗାଇଲେ ମାଲିକ, ପୋଲିସ ଜିମା ଦେଲେ ଲୋକେ

author img

By

Published : Jun 4, 2021, 7:33 AM IST

ବାରିପଦା: ସ୍ବାସ୍ଥ୍ୟ ବିଭାଗର ସରକାରୀ ଗାଡିକୁ ଭଡ଼ା ସୂତ୍ରରେ ବ୍ୟବହାର କରି ରୋଜଗାର କରୁଛି ଡ୍ରାଇଭର। ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାରରେ ଗାଡିକୁ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି ଲୋକେ। ନୀଳଗିରି ମେଡିକାଲ ଅଧୀନ ଇଶ୍ବରପୁର ସିଏଚସିରେ ନିୟୋଜିତ ଥିବା ଏକ ବୋଲେରୋରେ ଲୋକ ଭର୍ତ୍ତି ହୋଇ ଯାଉଥିବା ବେଳେ ସନ୍ଦେହ ହେବାରୁ ମୟୂରଭଞ୍ଜ ଜିଲ୍ଲା ଉଦଳା ଠାରେ ସ୍ଥାନୀୟ ଲୋକେ ଅଟକାଇ ଥିଲେ।

ସରକାରୀ ଗାଡିକୁ ଭଡ଼ାରେ ଲଗାଇଲେ ମାଲିକ, ପୋଲିସ ଜିମା ଦେଲେ ଲୋକେ

ତେବେ ଗାଡିକୁ ଅଟକାଇବା ସହିତ ଗାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା ପରେ ଜଣାପଡିଥିଲା ଯେ ଗାଡିଟି ଗତ 4 ଦିନ ହେବ ନୁଦଡିହା ଅଞ୍ଚଳର ମାଲଗଡିକୁ ପୂଜା ପାଇଁ ଭଡା ସୂତ୍ରରେ ନେଇ ଆସିଛନ୍ତି ଲୋକେ। ପୂଜା ସାରି ନିଜ ଘର ସନ୍ତରାଗଡିଆ ନିକଟ ଅସ୍ତିଆ ଗ୍ରାମକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଗାଡିଟିକୁ ଉଦଳା ଠାରେ ଅଟକାଇଥିଲେ। ଗାଡିଟି ଇଶ୍ବରପୁର ସିଏଚସିରେ କାର୍ଯ୍ୟ ନିମନ୍ତେ ନିୟୋଜିତ ହୋଇଥିବା ବେଳେ ସରକାରୀ ଗାଡିଟି ପ୍ରାଇଭେଟ ଭାବେ ଭଡାରେ ନେଇ ବୁଲୁଛନ୍ତି ଲୋକେ।

ସ୍ଥାନୀୟ ଲୋକେ ଗାଡିକୁ ଅଟକାଇବା ପରେ ଉଦଳା ପୋଲିସକୁ ଖବର ଦେଇଥିଲେ। ପରେ ଗାଡିଟିକୁ ପୋଲିସ ନିଜ ହେପାଜତକୁ ନେଇଛି। ଏ ବାବଦରେ ଇଶ୍ବରପୁର ସିଏଚସି ଇନଚାର୍ଜ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ ଘଟଣା ବାବଦରେ ଜାଣି ନ ଥିବା କହିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.