ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ: ୧୦ ଆହତ, ୨ ଗୁରୁତର

author img

By

Published : Nov 28, 2021, 4:03 PM IST

ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍। ୧୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ତୋଲକ ଗାଁ ନିକଟରେ ଘଟିଛି ବସ ଦୁର୍ଘଟଣା । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ : ୧୦ ଆହତ ,୨ ଗୁରୁତର

ରାଇରଙ୍ଗପୁର : ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍। ୧୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ତୋଲକ ଗାଁ ନିକଟରେ ଘଟିଛି ବସ ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଏକ ଘରୋଇ ଯାତ୍ରୀବାହୀ ବସ କୁହୁତୁକାରୁ ଜାମଦା ଅଭିମୁଖେ ଯାଉଥିବା ସମୟରେ ତୋଲକ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ବସରେ ୨୦ ଜଣ ଯାତ୍ରୀ ଥିବାବେଳେ ୧୦ ଆହତ ହେବା ସହିତ ୨ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତର ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ବସର ଚାଳକ ଫେରାର ହୋଇଯାଇଥିବାବେଳେ ଗୋରୁମହିଷାଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.