ETV Bharat / state

ପ୍ରଧାନ ଶିକ୍ଷକଙ୍କୁ OAPF ଯବାନଙ୍କ ଆକ୍ରମଣ, ଅର୍ଦ୍ଧ ଉଲଗ୍ନ କରି ଗଛରେ ବାନ୍ଧିଲେ ଗ୍ରାମବାସୀ - ଯବାନଙ୍କ ଆକ୍ରମଣରେ ପ୍ରଧାନ ଶିକ୍ଷକ ଗୁରୁତର

ଯବାନଙ୍କ ଆକ୍ରମଣରେ ଜଣେ ପ୍ରଧାନ ଶିକ୍ଷକ ଗୁରୁତର । OAPF ଯବାନଙ୍କୁ ଅର୍ଦ୍ଧ ଉଲଗ୍ନ କରି ଗଛରେ ବାନ୍ଧି ପୋଲିସକୁ ହସ୍ତାନ୍ତର କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢ଼ନ୍ତୁ

attacked on school headmaster
ମୟୂରଭଞ୍ଜରେ ପ୍ରଧାନ ଶିକ୍ଷକଙ୍କ ଉପରେ ଆକ୍ରମଣ
author img

By

Published : Jan 4, 2023, 4:35 PM IST

Updated : Jan 4, 2023, 6:44 PM IST

ପ୍ରଧାନ ଶିକ୍ଷକଙ୍କୁ ଓସିଏଫ ଯବାନଙ୍କ ଆକ୍ରମଣ

ରାଇରଙ୍ଗପୁର: ପ୍ରଧାନ ଶିକ୍ଷକଙ୍କ ଉପରେ ମଦ୍ୟପଙ୍କ ଆକ୍ରମଣ ପରେ ତାତିଲେ ଗ୍ରାମବାସୀ । ମଦ୍ୟପ ବ୍ୟକ୍ତିଙ୍କୁ ଅର୍ଦ୍ଧ ଉଲଗ୍ନ କରି ଗଛରେ ବାନ୍ଧିବା ପରେ ପୋଲିସକୁ ହସ୍ତାନ୍ତର କଲେ । ମଦ୍ୟପ ବ୍ୟକ୍ତି ଜଣକ OAPF ଯବାନ ହୋଇଥିବା ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଦେଉଳି ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ହନିଟ୍ରାପ କୁଇନକୁ ଜେଲରେ ଜେରା, ED ପଚାରୁଛି ପୋଲିସ କଣ ଲେଖିନେଇଥିଲା

ଗତ ମଙ୍ଗଳବାର ଦେଉଳି ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ସମୟରେ ଜଣେ OAPF ଯବାନ ନିଶାଷକ୍ତ ଅବସ୍ଥାରେ ପ୍ରଧାନ ଶିକ୍ଷକ ଶିବ ଶଙ୍କର ନାଏକଙ୍କୁ ଆକ୍ରମଣ କରିଥିଲେ । ପରେ ଏନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ କରିଥିବା ଗଗନ ବିହାରୀ ନାୟକଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ସହ ଅର୍ଦ୍ଧ ଉଲଗ୍ନ କରି ଗଛରେ ବାନ୍ଧି ରଖିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

ଖବର ପାଇ ଘଟଣାସ୍ଥଳରେ ରରୁଆଁ ଥାନା ପୋଲିସ ପହଞ୍ଚିବା ପରେ ମଦ୍ୟପ ଯୁବକଙ୍କୁ ଗ୍ରାମବାସୀ ହସ୍ତାନ୍ତର କରିଥିଲେ । ତେବେ ମଦ୍ୟପଙ୍କ ମାଡ଼ରେ ପ୍ରଧାନ ଶିକ୍ଷକ ଗୁରୁତର ଥିବା ଜଣାପଡ଼ିଛି । ପ୍ରଥମେ ତାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jan 4, 2023, 6:44 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.