ETV Bharat / state

ମାଙ୍କଡପଡାରେ ମହୁମାଛି ଆକ୍ରମଣ; ଜଣେ ମୃତ, 2 ଗୁରୁତର - ମାଙ୍କଡ଼ପଡ଼ା ଗ୍ରାମପଞ୍ଚାୟତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମାଙ୍କଡ଼ପଡ଼ା ଗ୍ରାମପଞ୍ଚାୟତର ଚେମଚଟା ଗାଁ ନିକଟ ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଥିବା ବେଳେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଛି । ଘଟଣାରେ ଆଉ ଦୁଇ ଗୁରୁତର । ଅଧିକ ପଢନ୍ତୁ...

ମାଙ୍କଡପଡାରେ ମହୁମାଛି ଆକ୍ରମଣ; ଜଣେ ମୃତ, 2 ଗୁରୁତର

author img

By

Published : Jun 10, 2020, 3:43 PM IST

ବାରିପଦା: ଜଙ୍ଗଲରୁ ମହୁ ସଂଗ୍ରହ ହେଲା କାଳ । ମହୁମାଛିଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମାଙ୍କଡ଼ପଡ଼ା ଗ୍ରାମପଞ୍ଚାୟତର ଚେମଚଟା ଗାଁରେ ।

ମାଙ୍କଡପଡାରେ ମହୁମାଛି ଆକ୍ରମଣ; ଜଣେ ମୃତ, 2 ଗୁରୁତର

ମଙ୍ଗଳବାର ରାତିରେ ଚେମଚଟା ଗାଁର ଖଡ଼ିଆ ସମ୍ପ୍ରଦାୟର ୭ ଜଣ ଘଞ୍ଚ ଜଙ୍ଗଲ ଭିତରକୁ ମହୁ ସଂଗ୍ରହ ପାଇଁ ଯାଇଥିଲେ । ମହୁ ସଂଗ୍ରହ ପାଇଁ ଗଛକୁ ଚଢିଥିବା ସମୟରେ ଆକ୍ରମଣ କରିଥିଲେ ମହୁମାଛି । ତେବେ ୭ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ବୁଧବାର ସମସ୍ତଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୃତକ ଜଣକ ଚେମଚଟା ଗାଁର ସନିଆ ଭକ୍ତ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆକାଶ ନାଏକ ଏବଂ ରଞ୍ଜନ କଟୁଆଳ ବୋଲି ଜଣାପଡିଛି । ତେବେ ଲକଡାଉନ ସମୟରେ କାମଧନ୍ଦା ନପାଇ ଏମାନେ ମହୁ ସଂଗ୍ରହ ପାଇଁ ଯାଇଥିଲେ ବୋଲି କହିଛନ୍ତି ଗ୍ରାମବାସୀ । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.