ETV Bharat / state

ଝାରପୋଖରିଆରେ ଓଲଟିଲା ବରଯାତ୍ରୀ ଗାଡି: ଜଣେ ମୃତ, 7 ଗୁରୁତର

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବରଯାତ୍ରୀ ଗାଡି । ଜଣେ ମୃତ ୭ ଜଣ ଗୁରୁତର । ଅଧିକ ପଢନ୍ତୁ

ଝାରପୋଖରିଆରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ,୭ ଗୁରୁତର

author img

By

Published : Jun 1, 2022, 11:04 AM IST

Updated : Jun 1, 2022, 12:39 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସଂକୁଚା ନିକଟରେ ବରଯାତ୍ରୀ ଗାଡି ଦୁର୍ଘଟଣାଗସ୍ତ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଝାରପୋଖରିଆ ଥାନା ପାକଟିଆ ଅଞ୍ଚଳରୁ ବାହାଘର ସାରି ଫେରୁଥିବା ବେଳେ କାଠ ସିର୍ସି ଅଞ୍ଚଳର ବରଯାତ୍ରୀ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ତେବେ ଗାଡିରେ ୧୩ରୁ ଅଧିକ ବରଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରୁ ୭ ବରଯାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ଝାରପୋଖରିଆରେ ଓଲଟିଲା ବରଯାତ୍ରୀ ଗାଡି: ଜଣେ ମୃତ, 7 ଗୁରୁତର

ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ବାରିପଦା ସ୍ଥିତ ପିଆରଏମରେ ଭର୍ତ୍ତି କରିଛନ୍ତି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଝାରପୋଖରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ,ମୟୂରଭଞ୍ଜ

Last Updated : Jun 1, 2022, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.