ETV Bharat / state

ବୟସ 80ରୁ ଊର୍ଦ୍ଧ୍ବ, ଭତ୍ତା ତାଲିକାରେ ଅଯୋଗ୍ୟ ବୃଦ୍ଧ - ମୟୁରଭଞ୍ଜର ଖବର

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଖଡିଆ ସମ୍ପଦ୍ରାୟର ଆଦିମ ଅଧିବାସୀ । ବୟସ ହେଲାଣି 80 ବର୍ଷ ପରେ ମାତ୍ର ସରକାରୀ କାଗଜ କଲମରେ ବୟସ ହୋଇନଥିବା ଅଭିଯୋଗ.. ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ।

oldage pension issue in mayurbhanj
ବୟସ 80ରୁ ଉର୍ଦ୍ଧ୍ବ, ମାତ୍ର ମିଳୁନି ବାର୍ଦ୍ଧକ୍ୟ ଭତ୍ତା
author img

By

Published : Dec 5, 2019, 11:20 PM IST

Updated : Dec 5, 2019, 11:28 PM IST

ବାରିପଦା: ବୟସ 80ରୁ ଉର୍ଦ୍ଧ୍ବ, ଚାଲିବାକୁ ସକ୍ଷମ ନୁହେଁ କିନ୍ତୁ ସରକାରଙ୍କ ନିୟମାନୁସାରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ନୁହେଁ । କେବଳ ଜଣେ କି ଦୁଇ ଜଣ ନୁହେଁ... ଏପରି ଅନେକଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଦୁର୍ଗାପୁର ଗ୍ରାମପଞ୍ଚାୟତ ଭାଲୁକଚୁଆ ଗାଁ ଖଡିଆସାହିର କଥା । ଏଠି ଭତ୍ତା ପାଇବାରୁ ବଞ୍ଚିତ ଅନେକ ବୃଦ୍ଧବୃଦ୍ଧା ।

ବୟସ 80ରୁ ଉର୍ଦ୍ଧ୍ବ, ମାତ୍ର ମିଳୁନି ବାର୍ଦ୍ଧକ୍ୟ ଭତ୍ତା
ଭାଲୁକଚୁଆ ଗାଁର ଆଦିମ ଜନଜାତି ଖଡ଼ିଆ ସମ୍ପ୍ରଦାୟର ଲୋକେ ପର ଘରେ ମୂଲ ଲାଗି ପେଟ ପୋଷନ୍ତି । ଏହି ଗ୍ରାମର ଅଧିକାଂଶ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ସରକାରୀ ସହାୟତାରୁ ମାଇଲ ମାଇଲ ଦୂରରେ । ନିର୍ବାଚନ ସମୟରେ ୱାର୍ଡମେମ୍ବର ଭତ୍ତା କରାଇଦେବୁ କହି ନିଜ ବାଟରେ ଚାଲିଗଲେ । ଆଉ ଏବେବି ଭତ୍ତା ମିଳିବା ଆଶାରେ ଗାଁର ବୃଦ୍ଧବୃଦ୍ଧା । ଏ ସମ୍ପର୍କରେ ଅବଗତ ହେବା ପରେ ଆମ ପ୍ରତିନିଧି ପହଞ୍ଚିଥିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ । ଅଧିକାରୀ ସମସ୍ତ ବିଷୟ ଶୁଣିବା ପରେ ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ରାଜ୍ୟ ସରକାର ବୃଦ୍ଧ ଆଉ ବୃଦ୍ଧା ଙ୍କୁ ଭତ୍ତା ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଉପଯୁକ୍ତ ହିତାଧିକାରୀ ସାମିଲ ହୋଇପାରୁନାହିଁ ଏହି ଭତ୍ତା ଯୋଜନାରେ। ଭତ୍ତା ଯୋଜନା କାହାପାଇଁ ଜିଲ୍ଲାରେ ବିଧବା ଭତ୍ତା ନେଉଛି ସଧବା ଆଇ ବୟସ ଅଶୀ ହେଲେ ପାଉନାହାନ୍ତି ଭତ୍ତା ଆସନ୍ତୁ ଦେଖିବା ଇ ଟି ଭି ର ସ୍ୱତନ୍ତ୍ର ରିପୋର୍ଟ

Body:ବୟସ ଅଶୀ ରୁ ଉର୍ଦ୍ଧ୍ବ, ଚାଲିବାକୁ ସକ୍ଷମ ବି ନୁହଁନ୍ତି ଏ ହେଉଛନ୍ତି ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଦୁର୍ଗାପୁର ଗ୍ରାମପଞ୍ଚାୟତ ଭାଲୁକଚୁଆ ଗାଁ ଖଡ଼ିଆସାହି ର ଚିନ୍ତା ଦେହୁରୀ। ରାଜ୍ୟ ସରକାରଙ୍କ ଭତ୍ତା ଯୋଜନା ଆରମ୍ଭ ହେବା ପରଠାରୁ ଅନେକଥର ଭତ୍ତା ପାଇଁ ଆବେଦନ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିନାହିଁ। ଭାଲୁକଚୁଆ ଗାଁ ରେ ଆଦିମ ଜନଜାତି ଖଡ଼ିଆ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ତେବେ ଏହି ଗାଁରେ କେବଳ ଚିନ୍ତା ଦେହୁରୀ ନୁହନ୍ତି ଆହୁରି ଅନେକ ବୃଦ୍ଧ ବୃଦ୍ଧା ଅଛନ୍ତି ଯେଉଁମାନେ ଭତ୍ତା ପାଇଁ ଆବେଦନ କରି ଥକି ପଡିଲେଣି ହେଲେ ବିଭାଗୀୟ ଅଧିକାରୀଙ୍କ ଙ୍କ ନଜର କୁ ଆସିପାରିନାହିଁ ଏ ଯାଏଁ। ଆସନ୍ତୁ ଶୁଣିବା କଣ କହୁଛନ୍ତି ହିତାଧିକାରୀ

ବାଇଟ-୧-ଚିନ୍ତା ଦେହୁରୀ-ଭତ୍ତା ପାଇ ନ ଥିବା ବୃଦ୍ଧ
ବାଇଟ-୨-ଭାଗିରଥି ଦେହୁରୀ-ଭତ୍ତା ପାଇ ନ ଥିବା ବୃଦ୍ଧ

ଭାଲୁକଚୁଆ ଗାଁରେ ବସବାସ କରୁଥିବା ଆଦିମ ଜନଜାତି ଖଡ଼ିଆ ସମ୍ପ୍ରଦାୟର ଲୋକେ ପର ଘରେ ମୂଲଲାଗି ଚଳନ୍ତି। ଏହି ଗାଁ ରେ ରହୁଥିବା ସମସ୍ତ ପରିବାର ଅତ୍ୟନ୍ତ ଗରିବଶ୍ରେଣୀର ଗାଁ ରେ ସରକାରୀ ଯୋଜନା ଅପହଞ୍ଚ କହିଲେ ଅତ୍ୟୁକ୍ତି ହେବନାହିଁ। ବୟସ ୮୦ ରୁ ଉର୍ଦ୍ଧ୍ବ ହେଲେବି ଭତ୍ତା ପାଇଁ ଅନେଇ ବସିଥିବା ବୃଦ୍ଧବୃଦ୍ଧା ଅପେକ୍ଷା କରିଛନ୍ତି କେବେ ମିଳିବ ସରକାରୀ ଭତ୍ତା, ତେବେ ଏ ସବୁ ସମସ୍ୟା ସମାଧାନ ପାଇଁ ଆମେ ପହଞ୍ଚିଥିଲୁ ଦୁର୍ଗାପୁର ଗ୍ରାମପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ଅଫିସ ରେ ଭେଟିଥିଲୁ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ତେବେ ସେ ସମସ୍ୟା ଶୁଣୁବା ପରେ ଏକ ମାସ ମଧ୍ୟରେ ସମସ୍ତ ବୃଦ୍ଧ ଓ ବୃଦ୍ଧା ଙ୍କ ପାଖକୁ ଯାଇ ଭତ୍ତା କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବାଇଟ-୩-ନରେନ୍ଦ୍ର ଦେହୁରୀ-ଭାଲୁକଚୁଆ ଗ୍ରାମବାସୀ
ବାଇଟ-୪-ଅନୀଲ କୁମାର ମହାନ୍ତି-କାର୍ଯ୍ୟ ନିର୍ବାହୀ ଅଧିକାରୀ-ଦୁର୍ଗାପୁର ଗ୍ରାମପଞ୍ଚାୟତ

Conclusion:ପି ଟି ସି ଅଛି
Last Updated : Dec 5, 2019, 11:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.