ETV Bharat / state

ନଦୀତୁଠରୁ ବୃଦ୍ଧାଙ୍କ କଟାମୁଣ୍ଡ ଉଦ୍ଧାର, ଗୁଣିଗାରେଡି ସନ୍ଦେହ - ପାଟୁଳିଡ଼ିହି

ପାଟୁଳିଡ଼ିହି ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ କେହି ଅଜଣା ଦୁର୍ବୃତ୍ତ ହତ୍ୟା କରିଛି। ହତ୍ୟାପରେ ଶରୀରରୁ ମୁଣ୍ଡକୁ ଅଲଗା କରି ନଦୀକୂଳରେ ପିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 7, 2019, 12:54 PM IST

ରାଇରଙ୍ଗପୁର: ଗତକାଲି ରାତିରେ ପାଟୁଳିଡ଼ିହି ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ କେହି ଅଜଣା ଦୁର୍ବୃତ୍ତ ହତ୍ୟା କରିଛି । ହତ୍ୟାପରେ ଶରୀରରୁ ମୁଣ୍ଡକୁ ଅଲଗା କରି ନଦୀକୂଳରେ ପିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ବନ୍ଧସାହି ଗ୍ରାମର ଜିରାମଣି ସୋଏ ବୋଲି ଜଣାପଡିଛି । ତାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ କଟାମୁଣ୍ଡ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବିଧବା ଜିରାମଣି ସୋଏଙ୍କୁ ହତ୍ୟା କରିଥିଲା । ଏହାପରେ ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିବା ସହ ୪୦୦ମିଟର ଦୂରରେ ଥିବା ନଦୀତୁଠରେ ପକାଇ ଦେଇଥିଲେ । ତେବେ ଆଜି ସକାଳୁ ଗ୍ରାମର କିଛି ମହିଳା ନଦୀକୁ ଗାଧୋଇବାକୁ ଯିବାବେଳେ ଶରୀର ବିହୀନ ମୁଣ୍ଡ ତୁଠ ନିକଟରେ ପଡିଥିବା ଦେଖିଥିଲେ । ଏହାପରେ ଗ୍ରାମବାସୀଙ୍କ ଦ୍ବାରା ମୁଣ୍ଡଟି ଜିରାମଣି ସୋଏଙ୍କର ବୋଲି ଚିହ୍ନଟ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

କରଞ୍ଜିଆ ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ତାଙ୍କ ଘର ଠାରୁ ୨୦୦ମିଟର ଦୂରରେ ଥିବା ଏକ ବିଲରେ ମୁଣ୍ଡ ବିହୀନ ଶରୀର ପଡିଥିବା ଦେଖିବାକୁ ପାଇଥିଲା । ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ ଟିମକୁ ଖବର ଦେଇଥିବା ଜଣାପଡ଼ିଛି ।

ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀଙ୍କର କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା । ତାଙ୍କ ଜମିଜମା ହଡପ ପାଇଁ କିମ୍ବା ଡାହାଣୀ ସନ୍ଦେହରେ ତାଙ୍କୁ ହତ୍ୟା କରିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ତେବେ ଏପରି ହତ୍ୟାକାଣ୍ଡରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : କଟା ମୁଣ୍ଡ ଉଦ୍ଧାର। ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ।ଗତକାଲି ବିଳମ୍ବିତ ରାତିରେ କୋୖଣସି ଦୁର୍ବୁର୍ତ୍ତ ପାଟୁଳିଡ଼ିହି (ବନ୍ଧସାହି)ଗ୍ରାମର ଜିରାମଣି ସୋଏ ନାମକ ଜନୈକ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ମୁଣ୍ଡରୁଗଣ୍ଡି କୁ ହାଣି ହତ୍ୟା କରିବା ପରେ ମୁଣ୍ଡୁକୁ ପାଖା ପାଖି ୪୦୦ମିଟର ଦୂରରେ ଥିବା ଏକ ଗାଧୁଆତୁଠ ନିକଟରେ ଦୁର୍ବୁତ୍ତ ମାନେ ଛାଡି ଚାଲି ଯାଇଥିଲେ ।ତେବେ ଆଜି ସକାଳୁ ଗ୍ରାମର କିଛି ମହିଳା ନଦୀକୁ ଗାଧେଇବା ପାଇଁ ଆସିବା ବେଳେ ଗଣ୍ଡି ବିହୀନ ଏକ ମୁଣ୍ଡ ତୁଠ ନିକଟରେ ପଡିଥିବା ଦେଖି ପ୍ରଥମେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।ତେବେ ଗ୍ରାମବାସୀ ଆସି ଦେଖିବା ବେଳକୁ ତାଙ୍କ ଚେହେରାରୁ ସେ ତାଙ୍କ ଗ୍ରାମର ଜୈନକ ବିଧବା ମହିଳା ଜିରାମଣି ସୋଏ ବୋଲି ଜାଣିବାକୁ ପାଇଥିଲେ ।ଏହା ପରେ ସଙ୍ଗେ ସଙ୍ଗେ କରଞ୍ଜିଆ ଥାନା ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଘର ଠାରୁ ୨୦୦ମିଟର ଦୂରରେ ଏକ ବିଲ ନିକଟରେ ମୁଣ୍ଡ ବିହିନ ଗଣ୍ଡି ପଡିଥିବା ଦେଖିବା ପରେ ପୋଲିସ ସାଇଣ୍ଟିଫିକ ଟିମକୁ ଖବର ଦେଇଥିବା ଜଣା ପଡ଼ିଛି ।ତେବେ ସାଇଣ୍ଟିଫିକ ଟିମ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ।ତେବେ ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀଙ୍କ କିଛି ଦିନ ପୂର୍ବରୁ ମୃତ ହଇଥିବା ବେଳେ ଜମିଜମା ପାଇଁ କିମ୍ବା ହତ୍ୟା କରାଯାଇ ଥାଇ ପାରେ କିମ୍ବା ଡାହାଣି ସନ୍ଦେହରେ ବିଭତ୍ସ ହତ୍ୟା କରିଥିବା କହୁଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ ଠାରୁ ସୂଚନା ।ତେବେ ଏପରି ହତ୍ୟାକାଣ୍ଡ ବାରମ୍ବାର ହେଉଥିବା ବେଳେ ପୋଲିସ କୌଣସି ସୁରାକ ମଧ ପାଉନି ତେବେ ଏଇ ଘଟଣା ପରେ ପୋଲିସ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବା ପାଇଁ ବାକି ରହିଲା ।ତେବେ ଏପରି ହତ୍ୟାକାଣ୍ଡରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.