ETV Bharat / state

ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ - death due to elephant attack

ବେତନଟୀ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଘର ବାରଣ୍ଡାରେ ଶୋଇଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଧିକ ପଢନ୍ତୁ

ବେତନଟୀ ଅଞ୍ଚଳରେ ହାତୀ ଆତଙ୍କ
ବେତନଟୀ ଅଞ୍ଚଳରେ ହାତୀ ଆତଙ୍କ
author img

By

Published : Jun 23, 2023, 9:02 PM IST

ରାଇରଙ୍ଗପୁର: ପୁଣି ବେତନଟୀ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅନ୍ତର୍ଗତ ପଥରଚାଟିଆ ଗ୍ରାମରେ। ମୃତକ ହେଲେ ପଥରଚାଟିଆ ଗ୍ରାମର ଚାମି ରାମ।

ସୂଚନା ଅନୁଯାୟୀ, ଚାମି ରାମ ଗୁରୁବାର ରାତିରେ ଖାଇସାରିବା ପରେ ପ୍ରବଳ ଗରମ ଯୋଗୁଁ ଘର ବାହାରେ ଶୋଇଥିଲେ। ଆଜି ଭୋରରୁ ଏକ ହାତୀପଲ ସେହି ବାଟ ଦେଇ ଯାଉଥିବାବେଳେ ଶୋଇଥିବା ଅବସ୍ଥାରେ ବୃଦ୍ଧାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ହାତୀ ଆକ୍ରମଣ ଫଳରେ ବୃଦ୍ଧାଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗିଥିଲା । ହାତୀପଲଙ୍କ ମଧ୍ୟରୁ ଗୋଟିଏ ହାତୀ ବୃଦ୍ଧାଙ୍କ ମୁଣ୍ଡ ଉପରେ ଚଢି ଦଳି ଦେଇଥିବା ସନ୍ଦେହ କରାଯାଉଛି। ଫଳରେ ଘଟଣାସ୍ଥଳରେ ହିଁ ଚାମିଙ୍କ ପ୍ରାଣବାୟୁ ଉଡି ଯାଇଥିଲା।

ପରେ ଗ୍ରାମବାସୀ ଘଟଣା ସମ୍ପର୍କରେ ଅବଗତ ହେବା ସହ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବେତନଟୀ ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ପଠାଯାଇଥିଲା। ତେବେ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସେପଟେ ବେତନଟୀ ରେଞ୍ଜ ଅନ୍ତର୍ଗତ ବଡାମପୁର ସେକ୍ସନ ନିକଟରେ ଏକ ୫ ଟିକିଆ ହାତୀପଲ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ସେହି ହାତୀ ପଲ ଅନ୍ୟତ୍ର ସ୍ଥାନକୁ ଯିବା ସମୟରେ ଏହି ଅଘଟଣ ଘଟିଥିବା ବନବିଭାଗ ପକ୍ଷରୁ କୁହାଯାଉଛି । ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ଦେଖିବାକୁ ମିଳୁଥିବାବେଳେ ଅନେକ ଧନଜୀବନ ନଷ୍ଟ ହାନି ହେଉଛି। ତେଣୁ ହାତୀ ଘଉଡାଇବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସେପଟେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଜୀବନ ଯାଇଥିବାରୁ ତାଙ୍କ ପରିବାରଲୋକଙ୍କୁ କ୍ଷତିପୂରଣ ମଧ୍ୟ ଦାବି କରାଯାଇଛି। ତେବେ ମୃତକଙ୍କ ପରିବାରକୁ ଖୁବଶୀଘ୍ର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ବେତନଟୀ ରେଞ୍ଜର ଘନଶ୍ୟାମ ସିଂ ପ୍ରକାଶ କରିଛନ୍ତି। ତେବେ ଅଞ୍ଚଳରେ ବିଭିନ୍ନ ସମୟରେ ଏହିପରି ବଣୁଆ ହାତୀମାନଙ୍କ ଆକ୍ରମଣରେ ଧନ ଜୀବନ ହାନି ହେଉଛି। ବାରମ୍ବାର ଜନବସତି ମଧ୍ୟକୁ ପ୍ରବେଶ କରି ଘର ଦ୍ବାର ଭଙ୍ଗାରୁଜା କରିବା ସହ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରୁଛନ୍ତି ହାତୀପଲ । ତେଣୁ ଜନବସତି ଅଞ୍ଚଳରୁ ଜଙ୍ଗଲ ମଧ୍ୟକୁ ହାତୀ ଘଉଡ଼ାଇବାକୁ ବନବିଭାଗ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.