ବାରିପଦା: ଜମି ବିବାଦକୁ ନେଇ ବୃଦ୍ଧାଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜର କପ୍ତିପଦା ଥାନା ଅଧିନସ୍ଥ ଛାଞ୍ଚୁଣୀଆ ଗାଁରେ। ଦୀର୍ଘଦିନ ଧରି ଜମିବାଡି ବିବାଦକୁ ନେଇ ଛାଞ୍ଚୁଣୀଆ ଗାଁର ସୁଗୁନି ଚାତାରଙ୍କର, ନିଜ ସମ୍ପର୍କୀୟଙ୍କ ସହ ଝଡଡା ଲାଗିରହୁଥିଲା। ଗତ ଅକ୍ଟୋବର 20 ତାରଖ ବିଳମ୍ବିତ ରାତିରେ ସେମାନଙ୍କ ମଧ୍ୟରେ ପୁଣି ଜମିବାଡିକୁ କେନ୍ଦ୍ର କରି ଝଗଡା ହୋଇଥିଲା । ଯାହାଫଳରେ ସୁଗୁନିଙ୍କ ସମ୍ପର୍କୀୟ ଦିଅର ଗୁଣ୍ଡା ଲଗାଇ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ତାଙ୍କ ମୁଣ୍ଡକୁ ଆଘାତ ଦେବାପରେ ସେ ଗୁରୁତର ଆହତ ହୋଇଥିଲେ।
ଗୁରୁତର ଅବସ୍ଥାରେ ସୁଗୁନିଙ୍କ ପରିବାର ଲୋକେ ତାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଦଳାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୂର୍ମୁ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ସୁଗୁନିଙ୍କ ମୃତ୍ୟୁ ଘଟିଛି । ଏନେଇ ସୁଗୁନିଙ୍କ ପୁଅ ଓ ଝିଅ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏପଟେ ହତ୍ୟାକାରୀ, ମୃତ ସୁଗୁନିଙ୍କ ପରିବାରକୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ