ETV Bharat / state

ଟ୍ରାକ୍ଟର ଧକ୍କାରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By

Published : Apr 21, 2022, 9:47 PM IST

କୁଳିଅଣା ଥାନା ଅନ୍ତର୍ଗତ ତେନ୍ତୁଳି ଡିଙ୍ଗା ଛକରେ ଟ୍ରାକ୍ଟର ଧକ୍କାରେ ବୃଦ୍ଧ ମୃତ । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ

ଟ୍ରାକ୍ଟର ଧକ୍କାରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ
ଟ୍ରାକ୍ଟର ଧକ୍କାରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ରଘୁନାଥଗଞ୍ଜ ତେନ୍ତୁଳିଡିଙ୍ଗା ନିକଟରେ ବୃଦ୍ଧଙ୍କୁ ପିଟିଲା ଟ୍ରାକ୍ଟର । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରାକ୍ଟରର ନମ୍ବର ପ୍ଲେଟ ଲାଗିନଥିବା ଜଣାପଡିଛି । ତେବେ ମୃତକ ବୃଦ୍ଧ ଜଣକ ହେଉଛନ୍ତି ୮୦ ବର୍ଷୀୟ ରାଧାକାନ୍ତ ଦାସ ।

ସେପଟେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରାକ୍ଟରଟିକୁ ଭାଙ୍ଗି ଦେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ଘାଟରୁ ପ୍ରତ୍ୟେକ ଦିନ ବେଆଇନ ଭାବେ ବାଲି ଚାଲାଣ ହେଉଥିଲେ ମଧ୍ୟ ପୋଲିସ ଜାଣିଶୁଣି କୌଣସି ପଦକ୍ଷେପ ନେଉନାହିଁ ।

ଯାହାଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଆଜି ଘଟିଥିବା ଦୁର୍ଘଟଣାରେ ବୃଦ୍ଧଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବେଆଇନ ବାଲି ଚାଲାଣ ରୋକିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.