ETV Bharat / state

ତୈଳଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ଓଡିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କରସ ୟୁନିୟନ

ଓଡିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କରସ ୟୁନିୟନ ପକ୍ଷରୁ ବାରିପଦାର ବସଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତକିଛି ଦିନ ଭିତରେ ଲଗାତାର ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଛି ।

author img

By

Published : Jun 26, 2020, 2:13 PM IST

Updated : Jun 27, 2020, 6:24 AM IST

ପେଟ୍ରୋଲ-ଡିଜେଲ ଦରବୃଦ୍ଧିକୁ ନେଇ  ଓଡିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କରସ ୟୁନିୟନର ପ୍ରତିବାଦ

ବାରିପଦା: ଓଡିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କରସ ୟୁନିୟନ ପକ୍ଷରୁ ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ପ୍ରତିବାଦ । ଆନ୍ଦୋଳନକାରୀମାନେ ବାରିପଦାର ବସଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତୈଳଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ଓଡିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କରସ ୟୁନିୟନ

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢାଇଛି । ଅନ୍ୟପଟେ କରୋନା ମୁକାବିଲା ସମୟରେ ଲୋକଙ୍କ ପାଖରେ ରୋଜଗାର ନଥିବା ବେଳେ କେନ୍ଦ୍ର ସରକାର ଦରବୃଦ୍ଧିକୁ ରୋକିବା ଜରୁରୀ ବୋଲି ୟୁନିୟନ ପକ୍ଷରୁ ଦାବି ହୋଇଛି । ତେବେ ଗତକିଛି ଦିନ ଭିତରେ ଲଗାତାର ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଛି । ତେବେ ଦେଶବ୍ୟାପୀ ଓଡିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କରସ ୟୁନିୟନ ପକ୍ଷରୁ ବିକ୍ଷୋଭ କରାଯାଇଥିବା ବେଳେ ବାରିପଦା ବସଷ୍ଟାଣ୍ଡରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 27, 2020, 6:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.