ETV Bharat / state

ଟ୍ରାଫିକ ସମସ୍ୟାକୁ ନେଇ ଚିନ୍ତାରେ ବାରିପଦାବାସୀ

ବାରିପଦାରେ ବଢୁଛି ଟ୍ରାଫିକ ସମସ୍ୟା । ଯାହାକୁ ନେଇ ଏବେ ଚିନ୍ତାରେ ବାରିପଦାବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Aug 6, 2019, 3:20 PM IST

ମୟୂରଭଞ୍ଜ: ଦିନକୁ ଦିନ ଲୋକ ସଂଖ୍ୟା ବଢୁଥିବାବେଳେ ବାରିପଦା ସହରରେ ବଢୁଛି ଟ୍ରାଫିକ ସମସ୍ୟା । ଯାହାକୁ ନେଇ ଏବେ ଚିନ୍ତାରେ ବାରିପଦାବାସୀ । ସହରରେ ୧୩ ଗୋଟି ସମ୍ବେଦନଶୀଳ ଟ୍ରାଫିକ ପୋଷ୍ଟ ଖାଲି ପଡିଥିବାବେଳେ ଏବେ ବାରିପଦା ସହରରେ ଲୋକସଂଖ୍ୟା ୩ ଲକ୍ଷରୁ ଊର୍ଦ୍ଧ୍ବ ରହିଛି । ମାତ୍ର ସହରରେ ଉପଯୁକ୍ତ ଟ୍ରାଫିକ ବ୍ୟବସ୍ଥାବଳୀ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ସହରରେ ସମସ୍ତ ସରକାରୀ ମୁଖ୍ୟ କାର୍ଯ୍ୟାଳୟ ରହିଥିବାବେଳେ, ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ ଓ ଅନ୍ୟାନ୍ୟ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ରହିଛି। ହେଲେ ବଡ଼ ବଡ଼ ମଲ ଗୁଡିକ ଥାଇ ମଧ୍ୟ ପାର୍କିଂ ଉପରେ କୌଣସି କଟକଣା ରଖୁନାହାଁନ୍ତି । ଯାହାଫଳରେ ରାସ୍ତା ଉପରେ ଯାନ ବାହାନ ରଖୁଛନ୍ତି ସାଧାରଣ ଲୋକେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଯେଉଁଥିପାଇଁ ଆମ୍ବୁଲାନ୍ସ, ଦମକଳ ଯାନ, ଓ ଅନ୍ୟ ଏମରଜେନ୍ସି ଯାନବାହାନ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରିପଦା ସହର ପାଇଁ କେବଳ ଗୋଟିଏ ପିସିଆର ଭ୍ୟାନ ଥିବାବେଳେ ଟ୍ରାଫିକ ଅଫିସ ମଧ୍ୟ ନାହିଁ ।

ଜନସଂଖ୍ୟା ଅଧିକ ବଢୁଥିବାବେଳେ ସହରରେ ସିସିଟିଭି କ୍ୟାମେରା ମଧ୍ୟ ଲାଗିନାହିଁ, ଆଗାମୀ ଦିନରେ ଏହାର ସମାଧାନ ଯଥାଶୀଘ୍ର ହେବା ସହିତ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବାରିପଦା ଟାଉନ ଥାନା ଅଧିକରୀ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ବାରିପଦା ସହରରେ ଟ୍ରାଫିକ ସମସ୍ୟା କୁ ନେଇ ଚିନ୍ତାରେ ବାରିପଦା ବାସୀ।
Body:ଚର୍ଚ୍ଚା ର ବିଷୟ ପାଳିଟିଯାଇଛି ବାରିପଦା ସହର, ଏହି ସହରରେ ୧୩ ଗୋଟି ସମ୍ବେଦନଶୀଳ ଟ୍ରାଫିକ ପୋଷ୍ଟ ରହିଛି ଖାଲି। ଏବେ ବାରିପଦା ସହରରେ ଲୋକସଂଖ୍ୟା ୩ ଲକ୍ଷରୁ ଉର୍ଦ୍ଧ୍ବ ହୋଇଥିବାବେଳେ, ଏହି ସହରରେ ସମସ୍ତ ସରକାରୀ ମୁଖ୍ୟକର୍ଯ୍ୟାଳୟ ରହିଥିବାବେଳେ, ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ ଓ ଅନ୍ୟାନ୍ୟ ବେସରକାରୀ କାଯ୍ୟାଳୟ ମଧ୍ୟ ରହିଛି। ତେବେ ଦିନକୁ ଦିନ ଲୋକ ସଂଖ୍ୟା ବଢୁଥିବା ବେଳେ ସହରରେ ଟ୍ରାଫିକ ସମସ୍ୟା କୁ ନେଇ ଚିନ୍ତାରେ ଲୋକେ।
ବାଇଟ- 1-ସୁଶୀଲ କୁମାର ପାତ୍ର-ବାରିପଦା ବାସୀ
ତେବେ ଅନ୍ୟପଟରେ ବାରିପଦା ବଜାର ଭଳି ବଡ଼ ବଡ଼ ମହଲ ଗୁଡିକର ମଧ୍ୟ ପର୍କିଙ୍ଗ ଉପରେ କୌଣସି କଟକଣା ରଖୁନାହାନ୍ତି । ଯାହା ଫଳରେ ରାସ୍ତା ଉପରେ ଯାନ ବାହାନ ରଖୁଛନ୍ତି ସାଧାରଣ ଲୋକେ। ଯେଉଁଠି ପାଇଁ ଆମ୍ଭୁଲେନ୍ସ, ଦମକଳ ଯାନ, ଓ ଅନ୍ୟ ଇମାରଜେନ୍ସି ଯାନ ଯିବା ଆସିବା ପାଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ବାରିପଦା ସହର ପାଇଁ କେବଳ ଗୋଟିଏ PCR ven ଥିବାବେଳେ ଟ୍ରାଫିକ ଅଫିସ ମଧ୍ୟ ନାହିଁ, ଲୋକସଂଖ୍ୟା ଅଧିକ ବଢୁଥିବା ବେଳେ ସହରରେ CC tv କ୍ୟାମେରା ମଧ୍ୟ ଲାଗିନାହିଁ, ଆଗାମୀ ଦିନରେ ଏହାର ସମାଧାନ ଯଥାଶୀଘ୍ର ହେବା ସହିତ। ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବାରିପଦା ଟାଉନ ଥାନା ଅଧିକରୀ
ବାଇଟ- 2-ଅଶୋକ କୁମାର ନାୟକ-ଟାଉନ ଥାନା ଅଧିକାରୀ
Conclusion:ଏବେ ଦେଖିବାକୁ ବାକି ରହିଲା ବାରିପଦା ପୋଲିସ ଟ୍ରାଫିକ ସମସ୍ୟା ଦୂର କରିବାରେ କେତେଦୂର ସଫଳ ହେଉଛି ତାକୁ ସହରବାସୀ ଙ୍କୁ କେବେ ମୁକ୍ତିମିଳୁଛି ଟ୍ରାଫିକ ସମସ୍ୟାରୁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.