ETV Bharat / state

ଗ୍ରାମକୁ ନାହଁ ରାସ୍ତା, ଷ୍ଟ୍ରେଚରରେ 3 କିମି ବୁହାହେଲେ ରୋଗୀ

ଗ୍ରାମକୁ ରାସ୍ତା ନଥିବାରୁ ଷ୍ଟ୍ରେଚରେ 3 କିଲୋମିଟର ରୋଗୀଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ ଓ ଗ୍ରାମବାସୀ । ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

No road to village, patient carried 3 km on a stretch by health workers in Mayurbhanj
ଗ୍ରାମକୁ ନାହଁ ରାସ୍ତା, ଷ୍ଟ୍ରେଚରେ 3 କି.ମି ବୁହାହେଲେ ରୋଗୀ
author img

By

Published : Jan 17, 2021, 1:46 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଜଶିପୁର ବ୍ଲକରେ ପୁଣି ସରକାରଙ୍କ ଅବ୍ୟବସ୍ଥା ସାମନାକୁ ଆସିଛି । ଗ୍ରାମକୁ ଭଲ ରାସ୍ତା ନଥିବାରୁ ରୋଗୀ ନେବାକୁ ଆସିଥିବା ଆମ୍ବୁଲାନ୍ସ ଅଧା ରାସ୍ତାରେ ଅଟକିଥିଲା । ଫଳରେ କିଛି ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀ 3 କିଲୋମିଟର ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିବା ଦେଖିବାକୁ ମିଳିଛି । ସେପଟେ ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ବେ ସ୍ଥାନୀୟ ପ୍ରଶାସନ ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗ୍ରାମକୁ ନାହଁ ରାସ୍ତା, ଷ୍ଟ୍ରେଚରେ 3 କି.ମି ବୁହାହେଲେ ରୋଗୀ

ସରକାର ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଯୋଜନାମାନ କରୁଥିଲେ ମଧ୍ୟ ତୃଣମୂଳ ସ୍ତରକୁ ଏହା ପହଞ୍ଚିପାରୁନାହଁ । ସାମାନ୍ୟ ସ୍ବାସ୍ଥ୍ୟ ସେବା ପାଇଁ ଲୋକେ ହଟାହଟା ହେଉଛନ୍ତି । ଜିଲ୍ଲା ଜଶିପୁର ବ୍ଳକ ଅନ୍ତର୍ଗତ ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତ କୁଆଁରିବିଲ ଗାଁରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ଗ୍ରାମର ଟୁରି ତିରିଆ ନାମକ ଜଣେ ଜନୈକ ବୃଦ୍ଧ ବ୍ୟକ୍ତି ଗୁରୁତର ଅସୁସ୍ଥ ହେବାରୁ 108କୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ଗ୍ରାମକୁ କୌଣସି ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି 3 କିଲୋମିଟର ଦୂରରେ ରହିଥିଲା ।

ଆମ୍ବୁଲାନ୍ସ ରହିଥିବା ସ୍ଥାନରୁ କୌଣସି ଫୋନ କଲର ସୁବିଧା ନ ଥିବାରୁ ଅସୁସ୍ଥ ଥିବା ପରିବାର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କ କାହା ସହିତ ଯୋଗାଯୋଗ ହୋଇ ପାରି ନ ଥିଲା । ଫଳରେ ବାଧ୍ୟ ହୋଇ କର୍ମଚାରୀ EMT ବଣ୍ଟୁ ଦୋଳଇ, ଡ୍ରାଇଭର ନବୀନ ବେହେରା,ହେଲପର ଫୋକିର ମାଣ୍ଡି ଷ୍ଟ୍ରେଚର ଧରି ଉକ୍ତ ଗ୍ରାମକୁ ବାହାରିଥିଲେ । ସେଠାରୁ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସର ସମସ୍ତ କର୍ମଚାରୀ ମିଶି ତିନି କିଲୋମିଟର ବୋହି ମାନବିକତା ଦେଖାଇଛନ୍ତି ।

ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ଜଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହା ଫଳରେ ଗ୍ରାମବାସୀ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.