ETV Bharat / state

ମୟୂରଭଞ୍ଜ ପୋଲିସକୁ ସଫଳତା, ଇଲେକ୍ଟ୍ରିକ ସରଞ୍ଜାମ ଚୋରି ଘଟଣାରେ 9 ଗିରଫ

ବିଶୋଇ ଥାନା ଅଞ୍ଚଳରେ ଇଲେକ୍ଟ୍ରିକ ସରଞ୍ଜାମ ଚୋରି ଘଟଣା । ଅଭିଯୋଗର ମାସେ ପରେ 9 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : May 11, 2023, 9:42 AM IST

Etv Bharat
Etv Bharat

ରାଇରଙ୍ଗପୁର: ମୟୂରଭଞ୍ଜ ପୋଲିସକୁ ସଫଳତା । ଇଲେକ୍ଟ୍ରିକ ସରଞ୍ଜାମ ଚୋରି ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ୨୩ ଲକ୍ଷ ଟଙ୍କାର ଇଲେକ୍ଟ୍ରିକ ସରଞ୍ଜାମ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ପିକଅପ ଭ୍ୟାନ ଓ ଗୋଟିଏ କାର ମଧ୍ୟ ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସ ୭ ତାରିଖରେ ଶ୍ରୀରାମପୁର ଗ୍ରାମରୁ ଟ୍ରାନ୍ସଫର୍ମର ଓ କେବୁଲ ତାର ଚୋରି ହୋଇଥିବା ବିଶୋଇ ଥାନାରେ ବିଦ୍ୟୁତ ବିଭାଗର ଜେଇ ସମୀର କୁମାର ଆଚାର୍ଯ୍ୟ ଅଭିଯୋଗ କରିଥିଲେ। ଏନେଇ ବିଶୋଇ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତର ପ୍ରଥମ ପର୍ଯ୍ୟାୟରେ ବାରିପଦା ସାଇବର ସେଲର ସହାୟତା ନେଇଥିଲା ପୋଲିସ । ତଦନ୍ତ ସମୟରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଷାଣୀପାଳ ଗ୍ରାମର ଅସିତ କୁମାର ସାହୁ ନାମକ ଜନୈକ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ଏହି ଚୋରିରେ ସମ୍ପୃକ୍ତି ଥିବା ଜଣା ପଡିଥିଲା ।

ଏହାପରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଥିଲା । ତେବେ ଚୋରି ସାମଗ୍ରୀ କରଞ୍ଜିଆ ଚଢେଇଭୋଳ ଅଞ୍ଚଳର ସ୍କ୍ରାପ୍ ବ୍ୟବସାୟୀ ଇମାନିନ୍ ଖାନଙ୍କ ନିକଟରେ ବିକ୍ରି ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଉକ୍ତ ସ୍ଥାନକୁ ଯାଇ ଇମାନିନ୍ ଖାନ ଓ ଜାଭେଦ ଖାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଚୋରି ଇଲେକ୍ଟ୍ରିକ ସରଞ୍ଜାମ ଜବତ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ସସପେନ୍ସରେ ନବୀନ-ନୀତିଶ ରାଜନୈତିକ ଆଲୋଚନା, କୌଣସି ସୁଫଳ ମିଳିବନି କହିଲା କଂଗ୍ରେସ

ତଦନ୍ତ ଜାରି ରଖି ପର ମୂହୁର୍ତ୍ତରେ ପୋଲିସ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତ ମାନେ ଦେବଗଡ଼, କେନ୍ଦୁଝରର ସାମପାଟଣା, ବିଶୋଇ ଓ ରରୁଆଁ ଥାନା ଅଞ୍ଚଳରୁ ଚୋରି କରିଥିବା ସ୍ବୀକାର କରିଛନ୍ତି । ସ୍କ୍ରାପ ଗୋଦାମରେ ଚଢାଉ କରି ପୋଲିସ ପାଖାପାଖି ୨୩ ଲକ୍ଷ ଟଙ୍କାର ଆଲୁମିନିୟମ ଓ ତମ୍ବା ତାର ଜବତ କରିଛି । ଚୋରି ଘଟଣାର ଅଭିଯୁକ୍ତ ମାନେ ହେଲେ ଅସିତ କୁମାର ସାହୁ, ଚନ୍ଦନ କୁମାର ସାହୁ, ବାପୁନ ମାରାଣ୍ଡି, ଜିତେନ ସିଂ, ସୁକୁନ ସିଂ, ରୁଇତୁ ସିଂ, ଆଶିଷ ସିଂ, ଇମାନିନ୍ ଖାନ ଓ ଜାଭେଦ ଖାନ । ଗିରଫ ପରେ ଅଭିଯୁକ୍ତଙ୍କୁ ବୁଧବାର ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Presidents Event Blackout: ରାଷ୍ଟ୍ରପତିଙ୍କ ଅପମାନ ପ୍ରତିବାଦରେ ବାମନଘାଟି ନାଗରିକ ମଞ୍ଚର ମୌନ ଧାରଣା

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.