ରାଇରଙ୍ଗପୁର: ଡେପୁଟି ମ୍ୟାନେଜରଙ୍କ ହୃଦଘାତରେ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନେସ୍କୋ ବିଦ୍ୟୁତ ଡିଭିଜନରେ କାର୍ଯ୍ୟରତ ଡେପୁଟି ମ୍ୟାନେଜରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମୃତ ଡେପୁଟି ମ୍ୟାନେଜର ହେଲେ ବାରିପଦାର ସୁର କୁମାର ଟୁଡୁ ।
ରାଇରଙ୍ଗପୁର ସ୍ଥିତ କ୍ବାର୍ଟରରେ ସକାଳୁ ଶୋଇଉଠିବା ପରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ମେଡିକାଲକୁ ନିଆ ଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ନେଇ ନେସ୍କୋ କାର୍ଯ୍ୟାଳୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ରାଇରଙ୍ଗପୁର ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ