ETV Bharat / state

ସାମାନ୍ୟ ବଚସାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, କଟୁରୀ ଚୋଟରେ ପଡୋଶୀ ମୃତ

ବଚସା ହେଲା କାଳ । ଦୁଇ ପଡୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ନେଇଥିଲା ଉଗ୍ର ରୂପ । ପଡୋଶୀର କଟୁରୀ ଚୋଟରେ ପ୍ରାଣ ହରାଇଛି ପଡୋଶୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅଞ୍ଚଳରେ ।

author img

By

Published : Jun 2, 2019, 10:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ସାମାନ୍ୟ ବଚସାକୁ କେନ୍ଦ୍ର କରି ନିର୍ମମ ହତ୍ୟାକାଣ୍ଡ । ପଡୋଶୀର କଟୁରୀ ଚୋଟରେ ଯାଇଛି ପଡୋଶୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧିନସ୍ଥ ଶିଆଳନଇଁ ଗ୍ରାମର ବିସ୍ଥାପିତ ବସ୍ତିରେ ।

କୌଣସି କାରଣକୁ ନେଇ ଉକ୍ତ ଗ୍ରାମର ଶଙ୍କର ଦେହୁରୀ ଓ ଚିରୁ ଦେହୁରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଚିରୁ ଦେହୁରୀ ଏକ କଟୁରୀ ସାହାଯ୍ୟରେ ଶଙ୍କର ଦେହୁରୀଙ୍କୁ ଆକ୍ରମଣ କରିଥିଲେ । ତେବେ ଶଙ୍କର ମଧ୍ୟ ଚିରୁକୁ ପାଲଟା ଆକ୍ରମଣ କରିଥିଲେ । କିନ୍ତୁ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଘଟଣାସ୍ଥଳରେ ଟଳି ପଡିଥିଲେ ଶଙ୍କର । ଏଥିସହ ଚିରୁ ମଧ୍ୟ ଗୁରୁତର ଆହତ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଖବର ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଚିରୁକୁ କରଞ୍ଜିଆ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ହତ୍ୟାରେ ବ୍ୟବହୃତ ହୋଇଥିବା କଟୁରୀ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.