ETV Bharat / state

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବିକୁ କଂଗ୍ରେସର ସମର୍ଥନ - ନୂତନ ଜିଲ୍ଲା ଗଠନକୁ ସମର୍ଥନ ଜଣାଇଲା ଜାତୀୟ କଂଗ୍ରେସ

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନକୁ ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛି ଜାତୀୟ କଂଗ୍ରେସ । ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇ ଆସୁଥିଲା । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନକୁ ସମର୍ଥନ ଜଣାଇଲା ଜାତୀୟ କଂଗ୍ରେସ

author img

By

Published : Nov 24, 2022, 10:26 PM IST

ରାଇରଙ୍ଗପୁର : ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନକୁ ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛି ଜାତୀୟ କଂଗ୍ରେସ । ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇ ଆସୁଥିଲା । ମୟୂରଭଞ୍ଜ ଜିଲ୍ଲାର ଭୌଗଳିକ ଦୃଷ୍ଟିକୋଣରୁ ନୂତନ ଜିଲ୍ଲା ଗଠନର ଯଥାର୍ଥକୁ ଅନୁଭବ କରି ଅତୀତରେ ପ୍ରବାଦପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ । କିନ୍ତୁ କୌଣସି କାରଣ ବଶତଃ ଅନେକ ନୂତନ ଜିଲ୍ଲା ଗଠିତ ହୋଇଥିଲା ବେଳେ ଏହା ହୋଇପାରିନଥିଲା ।

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନକୁ ସମର୍ଥନ ଜଣାଇଲା ଜାତୀୟ କଂଗ୍ରେସ

ସେତେବେଳେ ତିନିଟି ନିର୍ବାଚନ ମଣ୍ଡଳୀ ବା ଦୁଇ ତିନିଟି ବ୍ଲକକୁ ନେଇ ଜିଲ୍ଲା ଗଠନ ହୋଇଥିଲା ବେଳେ ବର୍ତ୍ତମାନ ରାଇରଙ୍ଗପୁର ଉପଖଣ୍ଡର ଗୋଟିଏ ପୌରପରିଷଦ ଓ ସାତଟି ବ୍ଲକକୁ ନେଇ ନୂତନ ଜିଲ୍ଲା ଗଠନ ଦାବି ଜୋର ଧରିବାକୁ ଲାଗିଛି । ପୂର୍ବରୁ ବିଜେପି, ବିଜେଡି ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ପାଇଁ ନିଜର ସମର୍ଥନ ଘୋଷଣା କରି ସାରିଥିବା ବେଳେ ଆଜି ରାଇରଙ୍ଗପୁର ଜାତୀୟ କଂଗ୍ରେସ ତରଫରୁ ସ୍ଥାନୀୟ କୁଡୁମୀ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ସମର୍ଥନ ଘୋଷଣା କରିଛି ।

ଏହାମଧ୍ୟ ପଢ଼ନ୍ତୁ.ନୂଆ ଜିଲ୍ଲା ହେବ ରାଇରଙ୍ଗପୁର, ସବୁଜ ସଙ୍କେତ ଦେଲା ବିଜେଡି

ଦଳ ତରଫରୁ ନୂତନ ଜିଲ୍ଲା ଗଠନ ପାଇଁ ଚାଲିଥିବା ଆନ୍ଦୋଳନରେ ସାମିଲ ହେବା ସହିତ ସମସ୍ତ ପ୍ରକାର ସାହାଯ୍ୟ ହାତ ବଢାଇବ ବୋଲି ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା, ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ଉପସଭାପତି ଭଜହରି ମହାନ୍ତ, ବରିଷ୍ଠ ନେତ୍ରୀ ହେଲେନା ବାଗେ, ହରିହର ସାହୁ, ସେବା ଦଳ, ସଂଖ୍ୟାଲଘୁ ସେଲ ତଥା ବିଭିନ୍ନ ବ୍ଲକର ନେତା ଉପସ୍ଥିତ ଥିଲେ ।

ଓଡ଼ିଶାରେ ଥିବା ସମସ୍ତ ଜିଲ୍ଲା ଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ହେଉଛି ଏକ ବୃହତ୍ତମ ଜିଲ୍ଲା । ତେଣୁ ଓଡ଼ିଶାରେ ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟାରେ ୩୦ ରୁ ୩୧ ଜିଲ୍ଲା ହେଲେ ଅଗ୍ରାଧିକାର ଭିତ୍ତିରେ ରାଇରଙ୍ଗପୁର ଏକ ନୂତନ ଜିଲ୍ଲା ଭାବେ ପରିଗଣିତ ହେବ । ଏ ସମ୍ପର୍କରେ ପୂର୍ବତନ ବିଧାୟକ ଶ୍ୟାମଚରଣ ହାଁସଦା କହିଛନ୍ତି ''ଆଜି କଂଗ୍ରେସ ଦଳ ତରଫରୁ ରାଇରଙ୍ଗପୁର ଜିଲ୍ଲା ହେବା ପାଇଁ ଆମେ ନୀତିଗତ ଯେଉଁ ନିଷ୍ପତ୍ତି ନେଲେ ତାହା ଆଗାମୀ ଦିନରେ ଯେଉଁ କ୍ରିୟାନୁଷ୍ଠାନ କମିଟି ଅଛି ତାହାକୁ ଆମେ ପୂର୍ଣ୍ଣ ସମର୍ଥନ ଦେବୁ । ବିଶେଷ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରକୁ ଚେତାଇ ଦେବାକୁ ଚାହୁଁ ସେମାନେ ରାଜନୀତି ନକରି ତାକୁ କିଭଳି ଅତି ଜରୁରୀ ଭାବି ରାଇରଙ୍ଗପୁର ଜିଲ୍ଲାକୁ ପୁର୍ନଗଠନ କରିବେ ଏହା ହିଁ ଆମର ଦାବି ।''

ସେହିପରି ଏ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି ''ଜିଲ୍ଲା ଗଠନ ପାଇଁ ଯାହା ଦରକାର ସେଥିରେ ଆମେ ସହଯୋଗ କରିବୁ । ଆନ୍ଦୋଳନରେ ବି ଆମେ ସାମିଲ ହେବୁ କ୍ରିୟାନୁଷ୍ଠାନ ଯାହା କମିଟି ଗଢ଼ିଛନ୍ତି ସେଥିରେ ଆମେ ସହଯୋଗ କରିବୁ ।''

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.