ETV Bharat / state

ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା କରାଯାଇଥିବା ସନ୍ଦେହ - ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା କରାଯାଇଥିବା ସନ୍ଦେହ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

mysterious death of a woman in mayurbhanj
ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା କରାଯାଇଥିବା ସନ୍ଦେହ
author img

By

Published : Sep 4, 2020, 1:45 PM IST

ରାଇରଙ୍ଗପୁର: ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି ସେନେଇ ଛାନଭିନ ଆରମ୍ଭ ହୋଇଛି । ମୃତକ ଜଣକ ହେଉଛନ୍ତି ମୀନୁ ମାରାଣ୍ତି । ମହିଳାଙ୍କ ସ୍ବାମୀଙ୍କୁ ତିରିଂ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା କରାଯାଇଥିବା ସନ୍ଦେହ

ସୂଚନା ଅନୁସାରେ, ମୟୂରଭଞ୍ଜ ଲୁପୁଙ୍ଗ ଗାଁର ଜନୈକ ମହିଳାଙ୍କ ମୃତଦେହ ଏକ ପୋଖରୀ ନିକଟରେ ପଡିଥିବା ଖବର ପାଇଥିଲା ପୋଲିସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା । ହେଲେ, ମୃତ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବା ରହିଛି । ଏହା ଏକ ହତ୍ୟାକାଣ୍ତ ବୋଲି ପୋଲିସ ସନ୍ଦେହ କରୁଛି । ତେବେ, ମହିଳା ଜଣକ ଭୋଳାଗାଡିଆ ଗାଁର ବାସିନ୍ଦା ବୋଲି ଜଣାପଡିଛି । ସେ ନିକଟସ୍ଥ ଲୁପୁଙ୍ଗର ଦାସମାତ ଟୁଡୁଙ୍କ ସହିତ ନିକଟରେ ପ୍ରେମ ବିବାହ କରିଥିଲେ । ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ପୋଲିସ କହିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.