ETV Bharat / state

କୋରୋନା ସଙ୍କଟ: ସ୍ବେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିଲା ମୁସଲିମ କମିଟି

author img

By

Published : Aug 10, 2020, 5:33 PM IST

କୋରୋନା ସମୟରେ ରାଜ୍ୟର ପ୍ରାୟ ଅନେକ ମେଡିକାଲରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଯାହାକୁ ନଜରରେ ରଖି ରାଇରଙ୍ଗପୁରରେ ମୁସଲିମ କମିଟି ପକ୍ଷରୁ ରକ୍ତ ଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

Breaking News

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଏଥି ଯୋଗୁଁ ପ୍ରତିଦିନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ରାଇରଙ୍ଗପୁର ବ୍ଲଡ ବ୍ୟାଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି । ଏନେଇ ଆଗେଇ ଆସିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡଦୁନ୍ଦୁ ଗ୍ରାମର ଦୁନ୍ଦୁ ଯୁବ ମୁସଲିମ କମିଟି।

କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ସମାଜସେବୀ ବାଦିଉତ ଜାମାଲ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କୋରୋନା ଲକଡାଉନ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଥିବା ବେଳେ ଦୁନ୍ଦୁ ଗ୍ରାମର ମୁସଲିମ ଭାଇ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିବା ନେଇ ଆଗେଇ ଆସିଛନ୍ତି ।

କୋରୋନା ସଙ୍କଟ: ସ୍ବେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିଲା ମୁସଲିମ କମିଟି

ରକ୍ତ ଅଭାବ ସମୟରେ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଦୁନ୍ଦୁ ଯୁବ ମୁସଲିମ କମିଟିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.