ETV Bharat / state

ପୂର୍ବ ଶତୃତାରୁ ହତ୍ୟାକାଣ୍ଡ; ଜଣେ ମୃତ, 2 ଗୁରୁତର

author img

By

Published : Jun 14, 2020, 1:52 PM IST

Updated : Jun 14, 2020, 4:11 PM IST

ମୟୂରଭଞ୍ଜର ବଡ଼ସାହି ଥାନା ତେନ୍ତୁଳିଗାଁରେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ । ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ପୂର୍ବ ଶତୃତାରୁ ହତ୍ୟାକାଣ୍ଡ, ଜଣେ ମୃତ, 2 ଗୁରୁତର

ବାରିପଦା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ତେନ୍ତୁଳିଗାଁରେ ହତ୍ୟାକାଣ୍ଡ । ଅଭିଯୁକ୍ତଙ୍କ ଠେଙ୍ଗା ମାଡରେ ତେନ୍ତୁଳିଗାଁର ରବୀନ୍ଦ୍ର ଦେହୁରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ପୂର୍ବ ଶତୃତାରୁ ହତ୍ୟାକାଣ୍ଡ; ଜଣେ ମୃତ, 2 ଗୁରୁତର

ସୂଚନାମୁତାବକ, ମୃତ ରବିଦ୍ରଙ୍କ ଘର ତେନ୍ତୁଳିଗାଁ ହାଟପଡିଆରେ । ଗାଁ ପୋଖରୀ ନିଲାମକୁ ନେଇ ଆକ୍ରମଣକାରୀଙ୍କ ମଧ୍ୟରେ ପୂର୍ବରୁ ରବିଦ୍ରଙ୍କର ଶତ୍ରୁତା ଥିଲା । ତେବେ ଶନିବାର ରାତିରେ ରବୀନ୍ଦ୍ର ବାଇକ ଯୋଗେ ତାଙ୍କ ଘରକୁ ଆସୁଥିବା ବେଳେ ପୂର୍ବରୁ ଜଗିଥିବା ସେହି ଗ୍ରାମର ଦିଲ୍ଲିପ ଜେନା, ତାଙ୍କ ପୁଅ ଗୋଲକ ବିହାରୀ ଜେନା ଓ ରବି ସିଂ ସଂଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରିଥିଲେ । ଯାହାଦ୍ବାରା ଘଟଣାସ୍ଥଳରେ ହିଁ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।

ପୁଲିସ ୩ ଅଭିଯୁକ୍ତଙ୍କ ନାଁରେ ଏକ ହତ୍ୟା ମାମଲା ରୁଜୁ କରିଛି । ଅପରପକ୍ଷରେ ରବୀନ୍ଦ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଓ କିଛି ଗ୍ରାମବାସୀ ଅଭିଯୁକ୍ତ ଦିଲ୍ଲିପ ଓ ରବିଙ୍କୁ ନିର୍ଦ୍ଧୁମ ମାଡ ମାରଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁଲିସ ଉଦ୍ଧାର କରି ଉଦଳା ଡ଼ାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ଅନ୍ୟଜଣେ ଅଭିଯୁକ୍ତ ଗୋଲକବିହାରୀ ଫେରାର ଥିବା ବେଳେ ଗ୍ରାମରୁ ଆଉ କିଛି ଲୋକ ମଧ୍ୟ ଫେରାର ରହିଥିବା ଜଣାପଡିଛି। ବଡ଼ସାହି ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ଅଧିକ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 14, 2020, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.