ରାଇରଙ୍ଗପୁର: ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କଲା ସୈତାନ ସ୍ବାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଡେମ୍ କାଦୁଆଣୀ ଗ୍ରାମରେ । ରବିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ମାତାଲ୍ ସ୍ବାମୀ ଜଣକ ତା ସ୍ତ୍ରୀକୁ ଅତି ବିଭତ୍ସ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ତେବେ ପାରିବାରିକ କଳହକୁ ନେଇ ଡେମ କାଦୁଆଣୀ ଗ୍ରାମର ଗଣେଶ ସିଂ ତା'ର ସ୍ତ୍ରୀ ସୁଲୋଚନା ସିଂକୁ ହତ୍ୟା କରିଥିବା ଜଣାପଡିଛି । ଗଣେଶ ସିଂ ନିଶାସକ୍ତ ଅବସ୍ଥାରେ ତା'ର ସ୍ତ୍ରୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ସ୍ତ୍ରୀକୁ ଲଣ୍ଡା କରି ମୁଣ୍ଡ, କାନ ଓ ଯୌନାଙ୍ଗକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା । ଖବର ପାଇ ବିଶୋଇ ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ସେପଟେ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ବାମୀ ଗଣେଶକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଛି ବିଶୋଇ ଥାନା ପୋଲିସ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ