ETV Bharat / state

ବଡ଼ପାଖଣା ଗ୍ରାମର ରକ୍ତାକ୍ତ ମୃତ ଦେହ ଉଦ୍ଧାର ଘଟଣାର ହତ୍ୟାକାରୀ ଗିରଫ - mayurbhabj news

ରାଇରଙ୍ଗପୁର ଟାଉନ ଥାନା ଅଧୀନ ବଡ଼ପାଖଣା ଗ୍ରାମର ରାସ୍ତା କଡ଼ରେ ଥିବା ଏକ ବୁଦାରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର ଘଟଣାର ହତ୍ୟାକାରୀ ଗିରଫ । ହତ୍ୟାକାରୀ ଜଣକ ରାଇରଙ୍ଗପୁର ଟାଉନ ଥାନା ଅଧୀନ ଗୁହାଳଡାଙ୍ଗିରୀ ଗ୍ରାମର ତାରଣୀସେନ ଧୀର

murder accused arrested by rairangpur police
ବଡ଼ପାଖଣା ଗ୍ରାମର ରକ୍ତାକ୍ତ ମୃତ ଦେହ ଉଦ୍ଧାର ଘଟଣାର ହତ୍ୟାକାରୀ ଗିରଫ
author img

By

Published : Jun 3, 2020, 1:00 AM IST

ରାଇରଙ୍ଗପୁର: ହତ୍ୟାକାରୀ ଗିରଫ । ଗତ ମଇ ମାସ ୨୯ ତାରିଖ ଶୁକ୍ରବାର ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ବଡ଼ପାଖଣା ଗ୍ରାମ ନିକଟ ରାସ୍ତା କଡ଼ରେ ଥିବା ଏକ ବୁଦା ରୁ ଚନ୍ଦ୍ର ମୋହନ ମହାନ୍ତ ଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର କରିଥିଲା ରାଇରଙ୍ଗପୁର ଟାଉନ ଥାନା ପୋଲିସ ।

ବଡ଼ପାଖଣା ଗ୍ରାମର ରକ୍ତାକ୍ତ ମୃତ ଦେହ ଉଦ୍ଧାର ଘଟଣାର ହତ୍ୟାକାରୀ ଗିରଫ

ସୂଚନା ଅନୁଯାୟୀ ଗତ ମାସ ୨୮ ତାରିଖ ସନ୍ଧ୍ୟାରୁ ଚନ୍ଦ୍ରମୋହନ ନିଖୋଜ ଥିଲେ । ତେବେ ବଡପାଖଣା ଗ୍ରାମରେ ଥିବା ତାଙ୍କ ଘର ନିକଟସ୍ଥ ରାସ୍ତା କଡ଼ରେ ଥିବା ବୁଦାରୁ ତାଙ୍କ ମୃତ ଶରୀରକୁ ରକ୍ତାକ୍ତ ଅବସ୍ଥାରେ ପୋଲିସ ଉଦ୍ଧାର କରି ଛାନଭିନ ଆରମ୍ଭ କରିଥିଲା । ଘଟଣାର ଛାନଭିନ ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ବଡ଼ପାଖନା ଗ୍ରାମର ଚନ୍ଦ୍ର ମୋହନ ମହାନ୍ତଙ୍କ ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ହତ୍ୟାକାରୀ ଜଣକ ରାଇରଙ୍ଗପୁର ଟାଉନ ଥାନା ଅଧୀନ ଗୁହାଳଡାଙ୍ଗିରୀ ଗ୍ରାମର ତାରଣୀସେନ ଧୀର ବୋଲି ଜଣାପଡିଛି । ତରଣୀସେନକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.