ETV Bharat / state

ସାଂସଦ-ବିଧାୟକଙ୍କ ନାଁରେ ଥାନାରେ ମାମଲା, ଆଇଟିଡିଏ ଅଫିସରେ ପକାଇଥିଲେ ତାଲା - mayurbhanj mp locked itda office

ରାଇରଙ୍ଗପୁର ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ତାଲା ପକେଇଲେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି । ସାଂସଦ ଓ ବିଧାୟକଙ୍କ ନାଁରେ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ...

ଆଇଟିଡିଏ କାର୍ଯ୍ୟାଳୟରେ ତାଲା ପକେଇଲେ ସାଂସଦ-ବିଧାୟକ-ସମର୍ଥକ

author img

By

Published : Jan 9, 2020, 10:39 PM IST

ରାଇରଙ୍ଗପୁର: ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ରେ ତାଲା ପକେଇଲେ ସାଂସଦ,ବିଧାୟକ ଓ ତାଙ୍କ ସମର୍ଥକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ।

ଆଇଟିଡିଏ କାର୍ଯ୍ୟାଳୟରେ ତାଲା ପକେଇଲେ ସାଂସଦ-ବିଧାୟକ-ସମର୍ଥକ

ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ନିଜ ସମର୍ଥକମାନଙ୍କ ସହ ଆଇଟିଡିଏ ପାଣ୍ଠିର ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ପାଇଁ ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟକୁ ଆସିଥିଲେ। ମୟୂରଭଞ୍ଜ ସାଂସଦ ଆଇଟିଡିଏ ପାଣ୍ଠିର ୨୦୧୮-୧୯ ମସିହାରେ ହୋଇଥିବା କାର୍ଯ୍ୟର ଫାଇଲ ପତ୍ର ମାଗିଥିଲେ । ତେବେ ଅଧିକାଂଶ କାର୍ଯ୍ୟ ପୂରଣ ହୋଇ ନଥିବା ଏବଂ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ଉଭୟ ଜନପ୍ରତିନିଧି ପଚାରିବାରୁ ଅନ୍ୟତ୍ର ମିଟିଂ ଥିବା କହି ଆଇଟିଡିଏର ପିଏ ଯିବାକୁ ବାହାରୁ ଥିବାବେଳେ ସାଂସଦ, ବିଧାୟକ ଓ ସେମାନଙ୍କ ସମର୍ଥକମାନେ ଉତକ୍ଷିପ୍ତ ହୋଇ ରାଇରଙ୍ଗପୁର ଆଇଟିଡିଏର ସମ୍ମୁଖ ଫାଟକ ଓ ପଛ ପଟ ଫାଟକରେ ତାଲା ପକାଇ ଦେଇଥିଲେ।

ଖବର ପାଇ ଘଟଣାସ୍ଥଳରେ ରାଇରଙ୍ଗପୁର ଏସଡିପିଓ, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ପହଞ୍ଚି ଥିଲେ । ପରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପାଖକୁ ଏ ବିଷୟରେ ଖବର ପହଞ୍ଚିବାରୁ ସେ ନିଜେ ଆଇଟିଡିଏ ଅଫିସକୁ ଆସି ସାମ୍ନା ପଟ ଓ ପଛ ପଟ ଫାଟକ ରୁ ତାଲା ଭଙ୍ଗା କରାଇଥିଲେ। ଏ ନେଇ ରାଇରଙ୍ଗପୁର ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଅନନ୍ତ ନାରାୟଣ ସିଂ ଲାଗୁରୀ ରାଇରଙ୍ଗପୁର ଟାଉନ ଥାନାରେ ସାଂସଦ, ବିଧାୟକ ଓ ତାଙ୍କ ସମର୍ଥକଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ରେ ତାଲା ପକେଇଲେ ସାଂସଦ,ବିଧାୟକ ଓ ତାଙ୍କ ସମର୍ଥକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ।
ସୂଚନା ଅନୁଯାୟୀ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ତାଙ୍କ ସମର୍ଥକ ମାନଙ୍କ ସହ ଆଇଟିଡିଏ ପାଣ୍ଠିର ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ପାଇଁ ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟକୁ ଆସିଥିଲେ। ମୟୂରଭଞ୍ଜ ସାଂସଦ ଆଇଟିଡିଏ ପାଣ୍ଠିର ୨୦୧୮-୧୯ ମସିହା ରେ ହୋଇଥିବା କାର୍ଯ୍ୟ ର ଫାଇଲ ପତ୍ର ମାଗିଥିଲେ। ତେବେ ଅଧିକାଂଶ କାର୍ଯ୍ୟ ପୂରଣ ହୋଇ ନଥିବା ଏବଂ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ଉଭୟ ଜନପ୍ରତିନିଧି ପଚାରିବାରୁ ଅନ୍ୟତ୍ର ମିଟିଂ ଥିବା କହି ପିଏ ଆଇଟିଡିଏ ଯିବାକୁ ବାହାରୁ ଥିବାବେଳେ ସାଂସଦ, ବିଧାୟକ ଓ ତାଙ୍କ ସମର୍ଥକ ମାନେ ଉତ୍କ୍ଷିପ୍ତ ହୋଇ ରାଇରଙ୍ଗପୁର ଆଇଟିଡିଏ ର ସମ୍ମୁଖ ଫାଟକ ଓ ପଛ ପଟ ଫାଟକ ରେ ତାଲା ପକାଇ ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ରାଇରଙ୍ଗପୁର ଏସଡିପିଅ, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସଦଳବଳେ ପହଞ୍ଚି ଥିଲେ । ପରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ ପାଖକୁ ଏ ବିଷୟରେ ଖବର ପହଞ୍ଚିବାରୁ ରାଇରଙ୍ଗପୁର ଉପଜିଲ୍ଲାପାଳ ନିଜେ ଆଇଟିଡିଏ ଅଫିସ କୁ ଆସି ସାମ୍ନା ପଟ ଓ ପଛ ପଟ ଫାଟକ ରୁ ତାଲା ଭଙ୍ଗା କରାଇଥିଲେ। ଏ ନେଇ ରାଇରଙ୍ଗପୁର ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଅନନ୍ତ ନାରାୟଣ ସିଂ ଲାଗୁରୀ ରାଇରଙ୍ଗପୁର ଟାଉନ ଥାନାରେ ସାଂସଦ, ବିଧାୟକ ଓ ତାଙ୍କ ସମର୍ଥକ ଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.