ETV Bharat / state

କାନପୁରରୁ ଦେଶୀ ବନ୍ଧୁକ ଉଦ୍ଧାର, ଲୋକେ ଆତଙ୍କିତ

author img

By

Published : Sep 20, 2022, 4:52 PM IST

କାନପୁର ଗାଁ ନିକଟରୁ ଦେଶୀ ବନ୍ଧୁକ ଉଦ୍ଧାର । ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ । ଅଧିକ ପଢନ୍ତୁ

କାନପୁରରୁ ଦେଶୀ ବନ୍ଧୁକ ଉଦ୍ଧାର, ଲୋକେ ଆତଙ୍କିତ
କାନପୁରରୁ ଦେଶୀ ବନ୍ଧୁକ ଉଦ୍ଧାର, ଲୋକେ ଆତଙ୍କିତ

ବାରିପଦା: ପରିତ୍ୟକ୍ତ ସ୍ଥାନରୁ ମିଳିଲା ଦେଶୀ ବନ୍ଧୁକ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କାନପୁର ଗାଁ ନିକଟରୁ ଏହି ଦେଶୀ ବନ୍ଧୁକ ଉଦ୍ଧାର କରାଯାଇଛି । ତେବେ ବନ୍ଧୁକଟି ଏହି ସ୍ଥାନକୁ କିପରି ଆସିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ବନ୍ଧୁକ ମିଳିଥିବା ସ୍ଥାନରୁ ପୋଡଶୀ ଜିଲ୍ଲା ଓ ରାଜ୍ୟକୁ ଶହ ଶହ ଟ୍ରିପ ମୋରମ ଚାଲାଣ ହୋଇଥାଏ । ମୋରମ ମାଫିଆମାନେ ଲୋକମାନଙ୍କୁ ଭୟଭୀତ କରିବା ପାଇଁ ବନ୍ଧୁକର ସାହାଯ୍ୟ ନେଉଥିବା ଏବେ ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ବେଆଇନ ଭାବେ ବିଭିନ୍ନ ସରକାରୀ ବେସରକାରୀ ଜମିରୁ ପୋଡଶୀ ଜିଲ୍ଲା ଓ ରାଜ୍ୟକୁ ଶହ ଶହ ଟ୍ରିପ ମୋରମ ଚାଲାଣ ହେଉଥାଏ । ଏନେଇ ରାସଗୋବିନ୍ଦପୁର ଥାନା ପୋଲିସ ଓ ତହସିଲ ବିଭାଗକୁ ମଧ୍ୟ ଜଣାଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଅନ୍ୟପଟେ ଏହି ମୋରମ ଖାଦାନରୁ ମୋରମ ଉତ୍ତୋଳନ ସମୟରେ ମଦ ମାଂସର ଆସର ଜମିଥିବା ବେଳେ ନିଶାଶକ୍ତ ଅବସ୍ଥାରେ କେହି ଛାଡି ଦେଇଥିବାର ସନ୍ଦେହ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ- ଇସ୍ତଫା ଖବରକୁ ସୁରଙ୍କ ଖଣ୍ଡନ, କହିଲେ ମୋ ନାମରେ ମିଥ୍ୟା ପ୍ରଚାର

ସେପଟେ ରାସଗୋବିନ୍ଦପୁର ଅଞ୍ଚଳରୁ ମୋରମ, ବାଲି ଓ ଗୋରୁ ପୋଡଶୀ ଜିଲ୍ଲା ସମେତ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।ରାସଗୋବିନ୍ଦପୁରରୁ ଷ୍ଟେସନ ଅମରଦା ଏବଂ ରାସଗୋବିନ୍ଦପୁର -ସୁବାନଡିହି ଦେଇ ଅମରଦା ରାସ୍ତାରେ ଚୋରା ଚାଲାଣ ନେଇ ଅଭିଯୋଗ ହେଉଛି । ହେଲେ କେତେକ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ହାତଗୁଞ୍ଜା ନେଇ ଛାଡି ଦେଉଥିବା ଭଳି ଅଭିଯୋଗ ହେଉଛି ।

ଆଜି କାନପୁର ଗ୍ରାମର ମଙ୍ଗଲ ଟୁଡୁ ମୋରମ୍ ଖୋଳା ହୋଇଥିବା ସ୍ଥାନରେ ଗାଧେଇବା ସମୟରେ ଗୋଡରେ କିଛି ଲାଗିଲା ପରି ମନେ ହୋଇଥିଲା । ଏହା ପରେ ପାଣି ଭିତରୁ ଉଠାଇ ଦେଖିଲା ବେଳକୁ ଗୋଟିଏ ଦେଶୀ ବନ୍ଧୁକ ଥିବା ଜାଣିବାକୁ ପାଇଥିଲେ । ଦେଶୀ ବନ୍ଧୁକ ଦେଖି ସଙ୍ଗେ ସଙ୍ଗେ ରାସଗୋବିନ୍ଦପୁର ପୋଲିସକୁ ଖବର ଦେଇଥିଲେ ମଙ୍ଗଲ ଟୁଡୁ । ଖବର ପାଇ ରାସଗୋବିନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବନ୍ଧୁକକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି । ବନ୍ଧୁକଟି ଉକ୍ତ ସ୍ଥାନକୁ କିପରି ଆସିଲା ଓ କିଏ ଏହାକୁ ବ୍ୟବହାର କରୁଥିଲା ତାହା ତଦନ୍ତ ପରେ ହି ସ୍ପଷ୍ଟ ହେବ । ବନ୍ଧୁକ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଏବେ ଭୟ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବାରିପଦା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.