ବାରିପଦା: ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ । ମାଆକୁ ବାଡ଼ିରେ ପିଟି ପିଟି ହତ୍ୟା କଲା ପୁଅ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ସାତଖାଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘାଟଣା । ସାତଖାଣିଆ ଗ୍ରାମର କାପୁରା ସୋରେନଙ୍କୁ ତାଙ୍କ ପୁଅ ଫଗା ସୋରେନ୍ ବାଡେଇ ବାଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନିଶାସକ୍ତ ଅବସ୍ଥାରେ କୌଣସି କାରଣକୁ ନେଇ ମାଆ ଏବଂ ପୁଅ ମଧ୍ୟରେ ବଚସା ହୋଇଥିଲ।, ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ ମାଆକୁ ଅତି ନିର୍ମମ ଭାବେ ବାଡିରେ ବଡେଇ ହତ୍ୟା କରିଥିଲା ପୁଅ ।
ଘଟଣା ଜଣାପଡିବା ପରେ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ପୁଅ ଫଗାକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେବଳ ନିଶାସକ୍ତ ଅବସ୍ଥାରେ ଏହି ହତ୍ୟାକାଣ୍ଡ ଘଟିଛି ନା ହତ୍ୟାକାଣ୍ଡ ପଛରେ ଆଉ କଣ କାରଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ପୋଲିସ କହିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ