ETV Bharat / state

ସଡକ ଦୁର୍ଘଟଣା: ଚାଲିଗଲା ମା' ପୁଅଙ୍କ ଜୀବନ

ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଧିନ ଚାଇଁନେବଦା ଛକ ନିକଟରେ ସଡକ ଦୁର୍ଘଟଣା । ରାସ୍ତା ପାରିବେଳେ ଏକ ଅଜଣା ଗାଡି ଚକା ତଳେ ଚାପି ହୋଇ ଚାଲିଗଲା ମା' ଓ ପୁଅଙ୍କ ଜୀବନ । ଅଧିକ ପଢନ୍ତୁ...

Mother and son died in road accident
ସଡକ ଦୁର୍ଘଟଣାରେ ଚାଲିଗଲା ମା' ପୁଅଙ୍କ ଜୀବନ
author img

By

Published : Jan 9, 2020, 9:37 AM IST

Updated : Jan 9, 2020, 11:39 AM IST

ରାଇରଙ୍ଗପୁର: ସଡକ ଦୁର୍ଘଟଣାରେ ଚାଲିଗଲା ମା' ପୁଅଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଧିନ ଚାଇଁନେବଦା ଛକ ନିକଟରେ । ମୃତ ହେଲେ ବଡବିଲ ଗ୍ରାମର କାଲା ନାଏକଙ୍କ ସ୍ତ୍ରୀ ସାବିତ୍ରୀ ନାଏକ ଓ ତାଙ୍କ 7 ବର୍ଷର ପୁଅ ଶଙ୍କର ନାଏକ ।

ସଡକ ଦୁର୍ଘଟଣା: ଚାଲିଗଲା ମା' ପୁଅଙ୍କ ଜୀବନ

ବୁଧବାର ରାତିରେ 49 ନମ୍ବର ଜାତୀୟ ରାଜପଥ ଚାଇଁନେବଦା ଗ୍ରାମ ଛକ ନିକଟରେ ଉଭୟ ମା' ଓ ପୁଅ ରାସ୍ତା ପାର ହେଉଥିବାବେଳେ ଏକ ଅଜଣା ଗାଡି ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଗାଡି ଚକା ତଳେ ଚାପି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଗ୍ରାମର ଶହ ଶହ ଲୋକ ଏକଜୁଟ ହୋଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଯଶୀପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ । ପରେ କରଞ୍ଜିଆ ଉପଖଣ୍ଡର ପୋଲିସ ଅଧିକାରୀ ଏବଂ ସ୍ଥାନୀୟ ତହସିଲଦାର ପହଞ୍ଚି ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରଙ୍କୁ 25 ହଜାର ଟଙ୍କା ଯୋଗାଇ ଦେଇଥିଲେ । ଏହା ପରେ ରାସ୍ତା ଅବରୋଧ ହଟିଥିଲା ।

ଯଶୀପୁର ପୋଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବାବେଳେ ଗୁରୁବାର ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ ହେବ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Jan 9, 2020, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.