ETV Bharat / state

Panchayat Election Fight: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ୪୦୦ରୁ ଉର୍ଦ୍ଧ୍ବ କର୍ମୀ

author img

By

Published : Dec 24, 2021, 5:31 PM IST

ଜୋନ୍ ଓ ପଞ୍ଚାୟତ ସ୍ତରୀୟ ନିର୍ବାଚନୀ ସଭା ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ଆଗରେ ରହିଛି । ଗ୍ରାମାଞ୍ଚଳକୁ ଘନଘନ ଗସ୍ତ କରୁଛନ୍ତି ନେତା ଓ ମନ୍ତ୍ରୀ । ଅଧିକ ପଢନ୍ତୁ

ନିର୍ବାଚନୀ କସରତ ଆରମ୍ଭ, ବିଜେଡିରେ ୪୦୦ରୁ ଉର୍ଦ୍ଧ୍ବ କର୍ମୀଙ୍କ ଯୋଗଦାନ

ରାଇରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ଆରମ୍ଭ ହେଲାଣି ବିଭିନ୍ନ ରାଜନୈତିକ ଦଳର କସରତ । ନିଜ ନିଜ ଦଳପ୍ରତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଚାଲିଛି ଜୋନ୍ ଓ ପଞ୍ଚାୟତ ସ୍ତରୀୟ ନିର୍ବାଚନୀ ସଭା । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ଆଗରେ ରହିଛି । ଗ୍ରାମାଞ୍ଚଳକୁ ଘନଘନ ଗସ୍ତ କରୁଛନ୍ତି ନେତା ଓ ମନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲାରେ ୫୬ଟି ଜୋନ୍ ରହିଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ଜୋନ୍ ଓ ପଞ୍ଚାୟତରେ ବିଜେଡି ନିଜ ଦଳକୁ ମଜବୁତ ଓ କର୍ମୀଙ୍କୁ ସକ୍ରିୟ କରିବା ନେଇ ଆରମ୍ଭ କରିଛି ସଂକଳ୍ପ ସମାବେଶ ।

ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ୧୦ନଂ ଜୋନ ଜୋରଦା ଗ୍ରାମରେ ଅନୁଷ୍ଠିତ ବିଜେଡିର ସଂକଳ୍ପ ସମାବେଶରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇଥିବା ବେଳେ ୪୦୦ରୁ ଉର୍ଦ୍ଧ୍ବ କର୍ମୀ ବିଜେଡିରେ ଯୋଗଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି , ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳର କର୍ମୀ ବିଜେଡିରେ ଯୋଗଦାନ କରିବା ନିଶ୍ଚିତ ଭାବରେ ବିଜେଡିର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଗୁଆ ବିଜୟ ବୋଲି କହିଥିଲେ ମନ୍ତ୍ରୀ ସୁଦାମ । ଏହି ଅବସରରେ କୃଷି ଶିଳ୍ପ ନିଗମ ଅଧକ୍ଷ ଦେବାଶିଷ ମହାନ୍ତି, ବରିଷ୍ଠ ନେତା ମହେଶ ହେମ୍ବ୍ରମ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ବଖାଣିବା ସହ କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.