ETV Bharat / state

ପାଟ୍ରୋଲିଂ ସମୟରେ ଚମ୍ପଟ ମାରିଲେ ୪୦ରୁ ଊର୍ଦ୍ଧ୍ବ ଶିକାରୀ - rairangapur news

ବନ ବିଭାଗର ପେଟ୍ରୋଲିଂ ସମୟରେ ୪୦ରୁ ଊର୍ଦ୍ଧ୍ବ ଶିକାରୀ ଚମ୍ପଟ,ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ। ଅଧିକ ପଢନ୍ତୁ...

ବନ ବିଭାଗର ପେଟ୍ରୋଲିଂ ସମୟରେ ଚମ୍ପଟ ମାରିଲେ ୪୦ରୁ ଉର୍ଦ୍ଧ୍ବ ଶିକାରୀ

author img

By

Published : May 30, 2021, 11:53 AM IST

ରାଇରଙ୍ଗପୁର: ବନ ବିଭାଗର ପାଟ୍ରୋଲିଂ ସମୟରେ ଚମ୍ପଟ ମାରିଲେ ୪୦ରୁ ଊର୍ଦ୍ଧ୍ବ ଶିକାରୀ, ବିପୁଳ ପରିମାଣର ମାରଣାସ୍ତ୍ର ଜବତ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଚାଡ଼ରାପାହାଡ଼ ଜଙ୍ଗଲରେ ଦେଖିବାକୁ ମିଳିଛି ଏପରି କିଛି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଓଷାଡ଼ଲା ବିଟର ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ମହାନ୍ତ ସଦଳବଳେ ଜଙ୍ଗଲରୁ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଚାଡ଼ରାପାହାଡ଼ ଜଙ୍ଗଲରେ ବିଭିନ୍ନ ମାରଣାସ୍ତ୍ର ଧରି ଶିକାର ପାଇଁ ୪୦ରୁ ଊର୍ଦ୍ଧ୍ବ ଶିକାରୀ ଛପି ବସିଥିଲେ । ତେବେ ଶିକାରୀ ମାନେ କିଛି ଦୂରତାରେ ଥିବାରୁ ବନବିଭାଗ କର୍ମଚାରୀଙ୍କୁ ଦେଖି ଭୟଭୀତ ହୋଇ ଶିକାର ପାଇଁ ବ୍ୟବହୃତ ମାରଣାସ୍ତ୍ର ଛାଡି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।

ବନ ବିଭାଗର ପେଟ୍ରୋଲିଂ ସମୟରେ ଚମ୍ପଟ ମାରିଲେ ୪୦ରୁ ଉର୍ଦ୍ଧ୍ବ ଶିକାରୀ

ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରୁ ଶତାଧିକ ତୀର, ୧୧ଟି ଧନୁ ସମେତ ଗୋଟିଏ ଲେଖାଏଁ କୁରାଢ଼ୀ ଏବଂ କଟୁରି ଘଟଣାସ୍ଥଳରୁ ଜବତ କରି ଅଶନା ଫରେଷ୍ଟ କ୍ୟାମ୍ପକୁ ଆଣିଥିଲେ। ପରେ ଉକ୍ତ ବନ କର୍ମଚାରୀ ମାନେ ଏହି ସମ୍ବନ୍ଧରେ ତାଳବନ୍ଧ ଫରେଷ୍ଟ ରେଞ୍ଜର ବନାଞ୍ଚଳ ଅଧିକାରିଣୀ ମଧୁସ୍ମିତା ଦାସଙ୍କୁ ଅବଗତ କରାଇବା ସହିତ ଏହି ଘଟଣାକୁ ନେଇ ବନବିଭାଗ ଦ୍ଵାରା ଏକ ମାମଲା ରୁଜୁ କରାଯାଇଛି । ତେବେ ଏହି ଖବର ଜାଣିବା ପରେ ବନବିଭାଗ ଦ୍ଵାରା ଏକ ଟିମ ଗଠନ କରାଯାଇ ସ୍ଥାନୀୟ ଚାଡ଼ରାପାହାଡ଼ ଜଙ୍ଗଲରେ କଡାକଡି ନଜର ରଖାଯାଇ ଶିକାରୀ ମାନଙ୍କୁ ଠାବ କରିବା ପାଇଁ ଛାନଭିନ ଚାଲିଥିବା ଜଣାପଡିଛି ।

ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.