ETV Bharat / state

ଅଙ୍ଗନବାଡ଼ି ସହକର୍ମୀଙ୍କ ଅନ୍ୟତ୍ର ବଦଳି ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର - rairangpur anganwadi worker

ରାଇରାଙ୍ଗପୁରରେ ଅଙ୍ଗନବାଡ଼ି ସହକର୍ମୀଙ୍କ ଅନ୍ୟତ୍ର ବଦଳି ଦାବି କରି 30 ରୁ ଉର୍ଦ୍ଧ୍ବ ମହିଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ...

ଅଙ୍ଗନବାଡ଼ି ସହକର୍ମୀଙ୍କ ଅନ୍ୟତ୍ର ବଦଳି ଦାବି କରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Oct 7, 2020, 7:43 PM IST

ରାଇରଙ୍ଗପୁର: ଅଙ୍ଗନବାଡ଼ି ସହକର୍ମୀଙ୍କ ବଦଳି ଦାବି କରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଅଙ୍ଗନବାଡ଼ି ସହକର୍ମୀଙ୍କ ଅନ୍ୟତ୍ର ବଦଳି ଦାବି କରିଛନ୍ତି 30 ରୁ ଉର୍ଦ୍ଧ୍ବ ମହିଳା । ଏନେଇ ବୁଧବାର ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଅଙ୍ଗନବାଡ଼ି ସହକର୍ମୀଙ୍କ ଅନ୍ୟତ୍ର ବଦଳି ଦାବି କରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ସୂଚନା ଅନୁଯାୟୀ, ଅଙ୍ଗନବାଡ଼ି ସହକର୍ମୀ ବାସନ୍ତୀ ମାଝୀ ଅଙ୍ଗନବାଡ଼ି କେନ୍ଦ୍ରରେ ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିଲେ । ତାଙ୍କର ବିଭିନ୍ନ ଅନିୟମିତତା ଯୋଗୁଁ ଗ୍ରାମର ଶତାଧିକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିବାରୁ ଅନ୍ୟ ସାହିର ସାଙ୍ଖୀ ମୁର୍ମୁଙ୍କୁ ସହକର୍ମୀ ଭାବେ କାର୍ଯ୍ୟ ସମ୍ପାଦାନ ପାଇଁ କାର୍ଯ୍ୟାଦେଶ ହୋଇଥିଲା । କିନ୍ତୁ ବାସନ୍ତୀ ମାଝୀ ଜୋର୍ ଜବରଦସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲି କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ରାଇରଙ୍ଗପୁର ସହରର ଓ୍ବାର୍ଡ ନଂ 02 ମାଝୀ ସାହିର 30ରୁ ଉର୍ଦ୍ଧ୍ବ ମହିଳା ବୁଧବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ବାସନ୍ତୀ ମାଝୀକୁ ଅନ୍ୟତ୍ର ବଦଳି କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.