ETV Bharat / state

ସ୍ୱତନ୍ତ୍ର ଟ୍ରେନରେ ମୟୂରଭଞ୍ଜ ଫେରୁଛନ୍ତି ୧୨୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ

author img

By

Published : May 25, 2020, 2:51 PM IST

Updated : May 25, 2020, 5:12 PM IST

ଲକଡାଉନ ଯୋଗୁଁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ମୟୂରଭଞ୍ଜ ଫେରୁଛନ୍ତି । ଜିଲ୍ଲାକୁ ପାଖାପାଖି ୧୨୦୦ରୁ ଅଧିକ ପ୍ରବାସୀ ଫେରୁଥିବାରୁ ସ୍ବତନ୍ତ୍ର ଟ୍ରେନ ବାରିପଦା ରେଳ ଷ୍ଟେସନରେ ନରହି ସ୍ଥାନୀୟ ଭଞ୍ଜପୁର ରେଳଷ୍ଟେସନରେ ଅଟକାଇବାକୁ ନିଷ୍ପତି ନିଆଯାଇଛି ।

ସ୍ୱତନ୍ତ୍ର ଟ୍ରେନରେ ମୟୂରଭଞ୍ଜକୁ ଫେରୁଛନ୍ତି ୧୨୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ

ବାରିପଦା: ସ୍ବତନ୍ତ୍ର ଟ୍ରେନରେ ମୟୂରଭଞ୍ଜ ଆସୁଛନ୍ତି ପ୍ରବାସୀ ଓଡିଆ । ଏନେଇ ବାରିପଦା ଓ ଭଞ୍ଜପୁର ରେଳଷ୍ଟେସନର ସ୍ଥିତି ସମୀକ୍ଷା କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ।

ସ୍ୱତନ୍ତ୍ର ଟ୍ରେନରେ ମୟୂରଭଞ୍ଜ ଫେରୁଛନ୍ତି ୧୨୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ

ଲକଡାଉନ ଯୋଗୁଁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ମୟୂରଭଞ୍ଜ ଫେରୁଛନ୍ତି । ଆସନ୍ତା ମଙ୍ଗଳବାର ଏହି ଟ୍ରେନ୍ ବାରିପଦାରେ ପହଞ୍ଚିବାକୁ ଥିବାରୁ କୋରୋନା ଭୂତାଣୁ ସଂକ୍ରମଣର ଭୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଖୋଦ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ମିଳିତ ଭାବେ ପ୍ରଥମେ ସ୍ଥାନୀୟ ଭଞ୍ଜପୁର ରେଳଷ୍ଟେସନ ଏବଂ ପରେ ବାରିପଦା ରେଳଷ୍ଟେସନରେ ପହଞ୍ଚି ସ୍ଥିତି ପରଖିଛନ୍ତି । ରେଳଷ୍ଟେସନର ସ୍ଥିତି ସମୀକ୍ଷା ସମୟରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରବାସୀମାନେ ଫେରୁଥିବାରୁ ରେଳଷ୍ଟେସନରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ରେଳ ବିଭାଗ ଓ ସୁରକ୍ଷା କର୍ମୀମାନଙ୍କୁ ତତ୍ପର ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀମାନେ ଭୁବନେଶ୍ବର ରେଳଷ୍ଟେସନରୁ ମୟୂରଭଞ୍ଜ ଫେରୁଥିବାରୁ ବାରିପଦା ଷ୍ଟେସନରେ କୋରୋନା ସଂକ୍ରମଣ ଆଶଙ୍କା ରହିଛି । ସେଥିପାଇଁ ଏହି ସ୍ବତନ୍ତ୍ର ଟ୍ରେନ ବାରିପଦା ରେଳଷ୍ଟସନରେ ନରହି ସ୍ଥାନୀୟ ଭଞ୍ଜପୁର ରେଳଷ୍ଟେସନରେ ଅଟକାଇବାକୁ ନିଷ୍ପତି ହୋଇଥିବା ଜଣାପଡ଼ିଛି । ଜିଲ୍ଲାକୁ ପାଖାପାଖି ୧୨୦୦ରୁ ଅଧିକ ପ୍ରବାସୀ ଫେରିବାକୁ ଥିବାରୁ ସେମାନଙ୍କୁ ବସ୍ ଯୋଗେ ନିଜ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରକୁ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 25, 2020, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.