ETV Bharat / state

ଡିଜିଟାଲ ସେବାରୁ ବଞ୍ଚିତ ଗ୍ରାମବାସୀ, ଗଛରେ ଚଢି ନେଟୱର୍କକୁ ଅପେକ୍ଷା

author img

By

Published : Aug 12, 2020, 5:46 PM IST

ଆଜି ବି ଦୁଃସ୍ବପ୍ନ ପାଲଟିଛି ମୋବାଇଲ ନେଟୱାର୍କ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଦୁଇଟି ପଞ୍ଚାୟତର ଲୋକେ ମୋବାଇଲ ନେଟୱାର୍କ ପାଇଁ ଗଛ ଉପରେ ଚଢି ଛାତ୍ରଛାତ୍ରୀ ଅନଲାଇନ ପାଠ ପଢୁଥିବାବେଳେ ଜରୁରୀ କାଳୀନ ସେବା ପାଇଁ ଗଛ ଉପରେ ଚଢି ଯୋଗାଯୋଗ କରୁଛନ୍ତି । ଅଧିକ ପଢନ୍ତୁ...

ଡିଜିଟାଲ ସେବାରୁ ବଞ୍ଚିତ ଗ୍ରାମବାସୀ, ଗଛରେ ଚଢି ନେଟୱାର୍କକୁ ଅପେକ୍ଷା

ରାଇରଙ୍ଗପୁର: ସମଗ୍ର ଦେଶବାସୀଙ୍କୁ ଯୋଡିବା ପାଇଁ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର ବ୍ୟବସ୍ଥା କରିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ଏମିତି କିଛି ଗାଁ ରହିଛି, ଆଜି ବି ଦୁଃସ୍ବପ୍ନ ପାଲଟିଛି ମୋବାଇଲ ନେଟୱାର୍କ । ମୋବାଇଲ ନେଟୱର୍କ ପାଇଁ ଲୋକଙ୍କୁ ଗଛ ଉପରକୁ ଉଠିବାକୁ ପଡୁଛି ତ ଆଉ କେଉଁଠି ପାଣି ଟାଙ୍କି ଉପରକୁ ଉଠିବାକୁ ପଡୁଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ।

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ବାଉତିବେଡା ପଞ୍ଚାୟତ ଓ ଏନବି ପୋଖରିଆ ଦୁଇଟି ପଞ୍ଚାୟତର 13 ଟି ଗ୍ରାମର ଲୋକେ ଏବେ ମଧ୍ୟ ଡିଜିଟାଲ ସେବାରୁ ବଞ୍ଚିତ । ଏନବି ପୋଖରିଆ ପଞ୍ଚାୟତର ପୋଖରିଆ ଗ୍ରାମରେ କାଁ ଭାଁ ନେଟୱର୍କ ଆସୁଥିବା ବେଳେ ଏକତାଳି, ରଙ୍ଗାମାଟିଆ, ପୁନଖି, ଦାନ୍ତୁଣୀ, କୁଲଗିଡ଼ିହି, ଅଶନଶିକଡ଼, ଘଡାବିନ୍ଧା, ଏବଂ ବାଉତିବେଡା ପଞ୍ଚାୟତର ଓଷାଡଲା, ବଡବାଲିଚୁଆ ଆଦି ଗାଁରେ ମୋବାଇଲ ନେଟୱର୍କ ଆସୁନାହିଁ । ଫଳରେ ଲୋକେ ମୋବଇଲ ସେବାରୁ ବଞ୍ଚିତ ହେଉଛନ୍ତି । ଗୋଟିଏ ପଟେ ସ୍କୁଲ, କଲେଜ ବନ୍ଦ ଥିବାରୁ ଘରେ ରହି ଅନଲାଇନ କ୍ଲାସ କରିବାକୁ ସରକାର କହୁଥିବା ବେଳେ ନେଟୱର୍କ ନଥିବାରୁ ଛାତ୍ର ମାନେ ଗଛ ଉପରେ ବସି ଅନଲାଇନ କ୍ଲାସ କରୁଛନ୍ତି ।

ସେହିପରି ମୋବଇଲ ନେଟୱାର୍କ ଆସୁ ନଥିବାରୁ ଅଞ୍ଚଳବାସୀ ମଧ୍ୟ ଜରୁରୀ କାଳୀନ ପରିସ୍ଥିତିରେ 102, 108 ଆମ୍ବୁଲାନ୍ସ ଓ ଦମକଳ ବାହିନୀକୁ ଯୋଗାଯୋଗ କରିପାରୁନଥିବା ଅଭିଯୋଗ କରିଛନ୍ତି । ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତୁରନ୍ତ ନେଟୱର୍କ ବ୍ୟବସ୍ଥା କରାଇବାକୁ ସାଧାରଣରେ ଦାବି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.