ETV Bharat / state

ମୟୂରଭଞ୍ଜରେ ମନରେଗା ମହାଦୁର୍ନୀତି: 3 ଗିରଫ, ୨୨ ଫେରାର

ଜଶିପୁର ବ୍ଲକର ମନରେଗା ଯୋଜନାରେ ୩.୨୧ କୋଟି ଟଙ୍କାର ଅନିୟମିତତା ଓ ହରିଲୁଟ ହୋଇଥିବା କୁହାଯାଉଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜଶିପୁର ପଞ୍ଚାୟତ ସମିତିର ୨୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା ।

author img

By

Published : Jul 20, 2020, 5:11 PM IST

MNREGA scam in Mayurbhanj: Jashipur police in action mood, 3 arrested, 22 returned
ମୟୂରଭଞ୍ଜରେ ମନରେଗା ମହାଦୁର୍ନୀତି: 3 ଗିରଫ, ୨୨ ଫେରାର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜଶିପୁର ବ୍ଲକରେ ମନରେଗା ମହାଦୁର୍ନୀତିର ଖୋଳତାଡ । ପୂର୍ବରୁ ବ୍ଳକରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଏବେ ଆକ୍ସନ ମୋଡରେ ଜଶିପୁର ପୋଲିସ ।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜଶିପୁର ପଞ୍ଚାୟତ ସମିତିର ୨୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ଏଥିସହିତ ତିନି ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା ।

ସେହିପରି ଯଶିପୁର ପୋଲିସ ପୂର୍ବରୁ ଦୁଇ ଜଣ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଦାସ ଓ ବେଣୁଧର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଶିମିଳିପାଳ ଜଙ୍ଗଲରେ ଆତ୍ମଗୋପନ କରିଥିବା ବରେହିପାଣି ସରପଞ୍ଚ ଜୁଝାର ବାନସିଂଙ୍କୁ ମଧ୍ୟ ଗିରଫ କରି କରଞ୍ଜିଆ କୋର୍ଟ ଚାଲାଣ କରିଛି ଜଶିପୁର ପୋଲିସ । ଅନ୍ୟ ୨୨ ଜଣ ଏବେ ବି ଫେରାର ଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରଖିଛି ।

ଜଶିପୁର ବ୍ଲକର ମନରେଗା ଯୋଜନାରେ ୩.୨୧ କୋଟି ଟଙ୍କାର ଅନିୟମିତତା ଓ ହରିଲୁଟ ହୋଇଥିବା କୁହାଯାଉଛି । ଏହି ଦୁର୍ନୀତିରେ ସାମିଲ ଥିବା ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର, ଓ ୫ଟି ସଚିବଙ୍କୁ ଅଞ୍ଚଳବାସୀ ଲିଖିତ ଅଭିଯୋଗ କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.