ETV Bharat / state

ବାଲି ଟେଣ୍ଡର ବକ୍ସ ଖୋଲିବାକୁ ତହସିଲ ଅଫିସ ଘେରିଲା ମିଶନ ଶକ୍ତି - ମିଶନଶକ୍ତି ପ୍ରତିବାଦ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ତହସିଲ ଅଫିସରେ ବାଲି ଟେଣ୍ଡର ବକ୍ସ ଖୋଲାଯିବାକୁ ନେଇ ତହସିଲ ଘେରିଲେ ମିଶନ ଶକ୍ତି ମହିଳା । ଅଧିକ ପଢନ୍ତୁ...

ବାଲି ଟେଣ୍ଡର ବକ୍ସ ଖୋଲାଯିବାକୁ ନେଇ ତହସିଲ ଅଫିସ ଘେରିଲା ମିଶନ ଶକ୍ତି

author img

By

Published : Oct 27, 2021, 7:38 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ତହସିଲ ଅଫିସ ଘେରିଲେ ମିଶନ ଶକ୍ତି ମହିଳା । ବାଲି ଟେଣ୍ଡର ବକ୍ସ ଖୋଲା ଯିବାକୁ ନେଇ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଲେ ମିଶନ ଶକ୍ତିର ଶତାଧିକ ମହିଳା। ଓଡିଶା ସରକାରଙ୍କ ରାଜସ୍ବ ବିଭାଗ ଅଧିନସ୍ଥ ମୋରଡ଼ା ତହସିଲ ଅନ୍ତର୍ଗତ ଜମ୍ଭୀରା ନଦୀର ବଡଫେରା, ବରକନ୍ଦ, ଗଡ଼ିଆ, ଗଣ୍ଡଗୁହାଳି ବାଲି ଘାଟ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ୫ ବର୍ଷ ପର୍ଯ୍ୟନ୍ତ ଲିଜ ପାଇଁ ଗତ ୧୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଥିଲା।

ବାଲି ଟେଣ୍ଡର ବକ୍ସ ଖୋଲାଯିବାକୁ ନେଇ ତହସିଲ ଅଫିସ ଘେରିଲା ମିଶନ ଶକ୍ତି

କିନ୍ତୁ ଗତ ୨୫ ତାରିଖ ଦିନ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଇଁ ଅନେକ ଆବେଦନକାରୀ ଆବେଦନ କରିପାରିନଥିଲେ। ଯାହାପାଇଁ ୨୬ ତାରିଖରେ ଖୋଲା ଯିବାକୁ ଥିବା ଟେଣ୍ଡର ଖୋଲାଯାଇ ନଥିଲା। ତେବେ ଟେଣ୍ଡର ବକ୍ସ ତୁରନ୍ତ ଖୋଲିବାକୁ ଦାବି କରିଛି ମିଶନ ଶକ୍ତି। ଆଜି(ବୁଧବାର) ଶତାଧିକ ମହିଳା ତହସିଲ ଅଫିସ ଘେରାଉ କରିବା ସହ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ଆଗାମୀ ଦିନରେ ବାଲି ଘାଟ ସବୁ ମିଶନ ଶକ୍ତିକୁ ହସ୍ତାନ୍ତର କରାଯାଉ ବୋଲି ଦାବି ହୋଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.