ରାଇରଙ୍ଗପୁର: ମାତିଛନ୍ତି ଚୋର । ଘରେ କେହି ନଥିବା ସମୟରେ କଳାକନା ବୁଲାଇଲେ ଲୁଟେରା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୭ନଂ ୱାର୍ଡ଼ରେ ବଡ ଧରଣର ଲୁଟ ହୋଇଛି । ମନସା ପୂଜା ଦେଖିବାକୁ ଯାଇଥିଲେ ପୁରା ପରିବାର । ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇରେ ଲୁଟେରା । ଟଙ୍କା ସହ ଲୁଟି ନେଇଛନ୍ତି ସୁନାଗହଣା ।
ସୂଚନା ଅନୁସାରେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୭ନଂ ୱାର୍ଡ଼ରେ ରହୁଥିବା ନୀଳ ମାଧବ ସେଠୀ ମାଆ ପଦ୍ମାବତୀ ସେଠୀ ଓ ତାଙ୍କ ଦୁଇ ବୋହୂଙ୍କ ସହିତ ଅପରାହ୍ନ ୧୨ଟା ବେଳେ ବାସିଙ୍ଗି ଗ୍ରାମକୁ ମନସା ପୂଜା ଦେଖିବାକୁ ଯାଇଥିଲେ । ତାଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ପୁଅ ରାଜେଶ କାମରେ ବାହାରକୁ ଯାଇଥିଲେ । ସାନପୁଅ ନୀଳମାଧବ ଅପରାହ୍ନ ୪.୩୦ ଘର କବାଟ ବନ୍ଦ କରି ନିକଟସ୍ଥ ନିଜ ଦୋକାନ ଗୃହକୁ ଯାଇଥିଲେ ।
ଏହା ମଧ୍ୟ ପଢନ୍ତୁ: Cyclone Alert: ଓଡିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା
ତେବେ ସନ୍ଧ୍ୟା ୬.୩୦ରେ ମନସା ପୂଜା ଦେଖିସାରି ଘରକୁ ଫେରି ଘର ପଛ ପଟ କବାଟ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ସେତେବେଳକୁ ଚୋର ଘରେ ପଶି କଳାକନା ବୁଲେଇ ଫେରାର ହୋଇ ଯାଇଥିଲେ । ଘରେ ପହଞ୍ଚିବା ପରେ ଦେଖିଥିଲେ ଦୁଇ ପୁଅ ବୋହୂ ରହୁଥିବା ଦୁଇଟି କୋଠରୀ ଖୋଲାଥିବା ଦେଖିବାକୁ ପାଇଥିଲେ । ଦୁଇ ପୁଅଙ୍କ ଘରେ ଥିବା ଆଲମିରା ତାଡି ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଜଣା ପଡିଥିଲା ।
ଏହା ବି ପଢନ୍ତୁ...ପାଠପଢ଼ା ଛାଡ଼ି ନେତାଙ୍କ ଭାଷଣ ଶୁଣିଲେ ପିଲାଏ, ଭିଡିଓ ଭାଇରାଲ
ଦୁଇ ପୁଅଙ୍କ ଆଲମିରା ଭାଙ୍ଗି ପ୍ରାୟ ୪୦ ହଜାର ଟଙ୍କା ଓ ଦଶ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ସେପଟେ ମୁଖ୍ୟ ରାସ୍ତା କଡ଼ରେ ଥିବା ଘରୁ ଓ ସନ୍ଧ୍ୟା ପୂର୍ବରୁ ଚୋରି ହୋଇଥିବା ଘଟଣା ଦେଖିଲେ ଅନୁମାନ କରାଯାଉଛି ଯେ ଦୁର୍ବୃତ୍ତମାନେ ଦିନ ଦ୍ବିପହରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରିଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର