ETV Bharat / state

କିଚକେଶ୍ବରୀ ମନ୍ଦିରରେ ବୃଷଭ ମୂର୍ତ୍ତି ଭାଙ୍ଗି ଦେଲେ ଦୁର୍ବୃତ୍ତ - ବୃଷଭଙ୍କ ମୂର୍ତ୍ତି

ମୟୁରଭଞ୍ଜ ଜିଲ୍ଲାର କୁଟେଇତୁଣ୍ଡି ମନ୍ଦିରର 12ବର୍ଷ ପୂରୁଣା ମନ୍ଦିରର ବୃଷଭଙ୍କ ମୂର୍ତ୍ତିକୁ କେହି ଭାଙ୍ଗିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ବୃଷଭଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଲେ ଦୁର୍ବୃତ୍ତ

author img

By

Published : Feb 3, 2021, 12:09 PM IST

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚକେଶ୍ଵରୀ। ମା କିଚକେଶ୍ବରୀଙ୍କ ମନ୍ଦିର ନିକଟରେ ଅବସ୍ଥିତ କୁଟେଇତୁଣ୍ଡି ମନ୍ଦିର। ଏହି ମନ୍ଦିରରେ ପୂଜା ପାଉଛନ୍ତି ଭୋଳାନାଥ । ଭୋଳାନାଥଙ୍କ ବାହାନ ବୃଷଭଙ୍କ ମୃର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ବୃଷଭଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଲେ ଦୁର୍ବୃତ୍ତ

୧୨ ଶହ ବର୍ଷ ପୁରୁଣା ମନ୍ଦିର ହୋଇଥିବା ବେଳେ ଓଡ଼ିଶାରେ ଏହା ବିରଳ। ମନ୍ଦିରଟି ସଂପୂର୍ଣ୍ଣ କଳାମୁଗୁନି ପଥରରେ ନିର୍ମାଣ କରାଯାଇଥିବା ବେଳେ ମନ୍ଦିରର ବିଶେଷତ୍ଵ ହେଉଛି ପଶ୍ଚିମ ମୁଖ ମନ୍ଦିର। ପୂର୍ବ କାଳରୁ ବିଶ୍ବାସ ରହିଛି ପଶ୍ଚିମ ମୁଖ ମନ୍ଦିରରେ ଶିବ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । କିନ୍ତୁ ମନ୍ଦିରରେ ଭୋଳାନାଥଙ୍କ ବାହାନ ବୃଷଭଙ୍କ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିିଳିଛି ।

ଗତକାଲି ବିଳମ୍ବିତ ରାତିରେ କେହି ନଥିବାର ସୁଯୋଗ ନେଇ ବୃଷଭଙ୍କ ମୂର୍ତ୍ତିକୁ ଭାଙ୍ଗି ଥିବା ଅନୁମାନ କରିଛନ୍ତି ସେବାୟତ । ମନ୍ଦିରଟି ହେବଦତ୍ତ ବିଭାଗ ଦାୟିତ୍ବରେ ରହିଛି । ସେପେଟେ ଏପରି ନୀଚ କାମ କରିଥିବା ଦୁର୍ବୃତ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯବା ନେଇ ସାଧାରଣରେ ଦାବି ହୋଇଛି ।

ରାଇପଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.