ETV Bharat / state

ବାତ୍ୟା ପ୍ରଭାବିତ ପରିବାରଙ୍କୁ ଭେଟିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ - ବାତ୍ୟା ପ୍ରଭାବିତ ପରିବାରଙ୍କୁ ଭେଟିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ବାରିପଦା ସହରରେ ବାତ୍ୟା ୟସରେ ପ୍ରଭାବିତ ପରିବାରଙ୍କୁ ଭେଟି ସମସ୍ୟା ବୁଝିବା ସହ ଖାଦ୍ୟ ବାଣ୍ଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଅଧିକ ପଢନ୍ତୁ...

ବାତ୍ୟା ପ୍ରଭାବିତ ପରିବାରଙ୍କୁ ଭେଟିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

author img

By

Published : May 28, 2021, 9:53 PM IST

ବାରିପଦା: ବାତ୍ୟା ୟସ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ମଧ୍ୟ ପ୍ରଭାବିତ ହେବା ସହ ବର୍ଷା ଓ ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଶୁକ୍ରବାର ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୟୂରଭଞ୍ଜ ଗସ୍ତରେ ଆସି ବାତ୍ୟା ୟସ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।

ବାତ୍ୟା ପ୍ରଭାବିତ ପରିବାରଙ୍କୁ ଭେଟିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିବା ପରେ ବିଜେଡି କର୍ମକର୍ତ୍ତା ବାରିପଦା ସହରରେ ବାତ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସୁଖଦୁଃଖ ବୁଝିଥିଲେ । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜେ ବାରିପଦା ସହର ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା ବେଲଗାଡ଼ିଆ ଠାରେ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ଖାଦ୍ୟ ସହ ମହାମାରୀ କରୋନାରୁ ବର୍ତ୍ତିବା ପାଇଁ ମାସ୍କ ମଧ୍ୟ ବାଣ୍ଟିଥିବା ଦେଖିବାକୁ ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.