ETV Bharat / state

ଶିମିଳିପାଳ ଅଭୟାରଣ୍ୟର ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ - ଶିମିଳିପାଳ ଅଭୟାରଣ୍ୟ

ଦୀର୍ଘ ଦିନ ଧରି ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗି ରହିଥିବାବେଳେ ବିଶ୍ବ ଐତିହ୍ୟକୁ ନେଇ ବଢୁଛି ଉଦବେଗ । ଆଜି ଅଭୟାରଣ୍ୟର ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଶିମିଳିପାଳ ଅଭୟାରଣ୍ୟର ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

author img

By

Published : Mar 10, 2021, 9:26 AM IST

Updated : Mar 10, 2021, 9:43 AM IST

ବାରିପଦା: ଶିମିଳିପାଳ ଅଭୟାରଣ୍ୟର ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଦୀର୍ଘ ଦିନ ଧରି ଜଙ୍ଗଲରେ ନିଆଁ ଲାଗି ରହିଥିବାବେଳେ ବିଶ୍ବ ଐତିହ୍ୟକୁ ନେଇ ବଢୁଛି ଉଦବେଗ । ଫଳରେ ଆଜି ଙ୍ଗଲ ଜମିକୁ ସଂରକ୍ଷିତ ରଖିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରାଯାଇଛି ।

ଶିମିଳିପାଳ ଅଭୟାରଣ୍ୟର ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ଯେଉଁଥିରେ ଜିଲ୍ଲାପାଳ, ଏସପିଙ୍କ ସହ ରାଇରଙ୍ଗପୁର, ଉଦଳା , କରଞ୍ଜିଆ, ବାରିପଦା ସବ ଡିଭିଜନର ଉପଜିଲ୍ଲାପାଳ, ବନ ବିଭାଗର ଅଧିକାରୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ, ଉପନିର୍ଦ୍ଦେଶକଙ୍କ ଅଭୟାରଣ୍ୟରେ ଲାଗିଥିବା ନିଆଁର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ।

ଏହାସହିତ ଭିସି ମାଧ୍ୟମରେ ଜିଲ୍ଲାର 26ଟି ବ୍ଲକର ବିଡିଓ ଓ ତହସଲିଦାରଙ୍କ ସହ ଆଲୋଚନା କରି ନିଆଁ ରୋକିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସ୍ବେଚ୍ଛାସେବୀ ସଙ୍ଗଠନ, ସରପଞ୍ଚ, ପିଆରଆଇ ସଦସ୍ୟ ସହ ଶିମିଳିପାଳ ପାଦ ଦେଶରେ ଥିବା 1200ରୁ ଅଧିକ ଗ୍ରାମବାସୀଙ୍କୁ ଜଙ୍ଗଲରେ ନିଆଁ ଲଗାଇବାକୁ ବ୍ୟାପକ ସଚେତନା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ରାଜସ୍ବୀ ମନ୍ତ୍ରୀ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 10, 2021, 9:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.