ETV Bharat / state

ସୋନୁ ସୁଦ ଓ ସବ୍ୟସାଚୀଙ୍କୁ ଚିତ୍ରଶିଳ୍ପୀ ସମରେନ୍ଦ୍ରଙ୍କ ନିଆରା ସଲାମ - କୋରୋନା ଭାଇରସ ଖବର

ମହାମାରୀ କୋରୋନା ସମୟରେ ଦେଶରେ ଲକଡାଉନ ସମୟରେ ପ୍ରବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହି ସମୟରେ ପ୍ରବାସୀଙ୍କୁ ଭଗବାନ ଭଳି ସହାୟ ହୋଇଥିଲେ ଦୁଇ ଅଭିନେତା ସୋନୁ ସୁଦ ଓ ସବ୍ୟସାଚୀ । ଦୁଇ ଅଭିନେତାଙ୍କୁ ଗୁଡିରେ ଚିତ୍ର କରି ସଲାମ ଜଣାଇଛନ୍ତି ଚିତ୍ରଶିଳ୍ପୀ ସମରେନ୍ଦ୍ର । ଅଧିକ ପଢନ୍ତୁ...

sonu sood and sabyasachi potrait in kite by painter of mayurbhanj
ସୋନୁ ସୁଦ ଓ ସବ୍ୟସାଚୀଙ୍କୁ ନିଆରା ସଲାମ କଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର
author img

By

Published : Jan 2, 2021, 6:25 PM IST

Updated : Jan 2, 2021, 7:41 PM IST

ବାରିପଦା: ଗୁଡିରେ ଚିତ୍ର ଆଙ୍କି ସୋନୁ ସୁଦ ଓ ସବ୍ୟସାଚୀଙ୍କୁ ସଲାମ କଲେ ଚିତ୍ରଶିଳ୍ପୀ । ମହାମାରୀ କୋରୋନା ସମୟରେ ଶ୍ରମିକଙ୍କୁ ସହାୟତା କରିଥିବା ଅଭିନେତା ସୋନୁ ସୁଦ ଏବଂ ସବ୍ୟସାଚୀଙ୍କୁ ନିଆରା ଢଙ୍ଗରେ ନୂତନବର୍ଷର ଅଭିନନ୍ଦନ ଜଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟି ବ୍ଲକ ଆଗଡା ଗ୍ରାମର ଶିଳ୍ପୀ ସମରେନ୍ଦ୍ର ।

ସୋନୁ ସୁଦ ଓ ସବ୍ୟସାଚୀଙ୍କୁ ନିଆରା ସଲାମ କଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର

ମହାମାରୀ କୋରୋନା ସମୟରେ ପ୍ରବାସୀଙ୍କୁ ଭଗବାନ ଭଳି ସହାୟ ହୋଇଥିଲେ ଦୁଇ ବଲିଉଡ ଅଭିନେତା ସୋନୁ ସୁଦ ଓ ଓଡିଉଡ ଷ୍ଟାର ସବ୍ୟସାଚୀ ମହାପାତ୍ର । ଚିତ୍ରଶିଳ୍ପୀ ସମରେନ୍ଦ୍ର ଉଭୟଙ୍କ କାର୍ଯ୍ୟକୁ ପ୍ରଶଂସା କରି ନିଜହାତରେ ଉଭୟ ଅଭିନେତାଙ୍କ ଅବିକଳ ଚିତ୍ର ଆଙ୍କି ସେଥିରେ ଗୁଡି ପ୍ରସ୍ତୁତକରି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଥାଉକି ମହାମାରୀ କୋରୋନାରେ ସମଗ୍ର ଭାରତବର୍ଷ ଲକଡାଉନ ଘୋଷଣା କରାଯାଇଥିଲା । କୋରୋନ ମାୟାରେ ସମ୍ପୂର୍ଣ୍ଣ ଜୀବନଯାତ୍ରା ଠପ୍ ହୋଇଯାଇଥିଲା । ଜୀବନଜୀବିକା ଆଶାରେ ଘରଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ପ୍ରବାସୀଙ୍କୁ ଘରକୁ ଫେରିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ସେତେବେଳେ ଏହି ପ୍ରବାସୀଙ୍କୁ ଘରକୁ ଫେରିବାରେ ସାହାଯ୍ୟ କରିଥିଲେ ଦୁଇ ଅଭିନେତା ସୋନୁ ସୁଦ ଓ ସବ୍ୟସାଚୀ।

sonu sood and sabyasachi potrait in kite by painter of mayurbhanj
ସୋନୁ ସୁଦ ଓ ସବ୍ୟସାଚୀଙ୍କୁ ନିଆରା ସଲାମ କଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର

ପ୍ରବାସୀଙ୍କୁ ସହାୟତାର ହାତ ବଢାଇ ବେସରକାରୀ ସ୍ତରରେ ଲକ୍ଷ ଲକ୍ଷଟଙ୍କା ଖର୍ଚ୍ଚ କରି ପ୍ରବାସୀଙ୍କୁ ଘରେ ପହଞ୍ଚାଇ କୋଟିକୋଟି ଭାରତବାସୀଙ୍କ ହୃଦୟ ଜିଣିଥିଲେ । ସବୁବେଳେ କିଛି ନିଆରା ଅଭିନବ ତଥା ଗଠନମୂଳକ କାର୍ଯ୍ୟକରି ଚର୍ଚ୍ଚିତ ରହି ଆସିଥିବା ଶିଳ୍ପୀ ସମରେନ୍ଦ୍ରଙ୍କ ଏ ଭଳି କଳାକୃତିକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jan 2, 2021, 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.