ETV Bharat / state

ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ ଶିବିର, ୧୫୪ ୟୁନିଟ ରକ୍ତ ସଂଗ୍ରହ

author img

By

Published : Sep 16, 2020, 8:02 PM IST

ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଡାକ୍ତରଖାନା ଗୁଡ଼ିକରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

mega blood donation camp is organised by the police committee
ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର: ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଡାକ୍ତରଖାନା ଗୁଡ଼ିକରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସଙ୍କ ନିର୍ଦ୍ଦେଶକ୍ରମେ ତଥା ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ପରିସରରେ ପୋଲିସ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ମେଗା ରକ୍ତଦାନ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସଡିପିଓ ସ୍ନେହାଶିଷ ସାହୁଙ୍କ ସହିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ଓ ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ ସମ୍ମାନୀୟ ଅତିଥି ଭାବେ ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ବହଳଦା ଥାନା ଅଧିକାରୀ ଯୋଗେନ୍ଦ୍ର କୁମାର ମଲ୍ଲିକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକଙ୍କ ସହଯୋଗ ତଥା ବହଳଦା ଥାନା ପୋଲିସ କର୍ମଚାରୀଙ୍କ ସହାୟତାରେ ପରିଚାଳିତ ଏହି ଶିବିରରୁ ମୋଟ ୧୫୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

ସାମ୍ବାଦିକ ବସନ୍ତ କୁମାର ସାଣ୍ଡିଲ ଓ ମଧୁସୂଦନ ଦାସଙ୍କ ସହିତ ପୋଲିସ କର୍ମଚାରୀ ତଥା ବହଳଦା ଅଞ୍ଚଳର ସ୍ଥାନୀୟ ଯୁବଗୋଷ୍ଠି, ମହିଳା, ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବହୁ ସାଧାରଣ ଲୋକେ ରକ୍ତଦାନ କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.