ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ବଣିଅ।ବସା ଅଙ୍ଗନବାଡିରେ ଅନିୟମିତତା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗ୍ରାମବାସୀ ଅଙ୍ଗନବାଡିରେ ତାଲା ପକାଇଛନ୍ତି ।
ଅଭିଯୋଗ ଅନୁସାରେ, ଅଙ୍ଗନବାଡି କର୍ମୀ ଛୋଟ ଛୋଟ ପିଲାଙ୍କ ନିମନ୍ତେ ଆସୁଥିବା ଅଣ୍ଡା, ପ୍ରସୂତି ମହିଳାଙ୍କ ପାଇଁ ଆସୁଥିବା ପୃଷ୍ଟିକର ଛତୁଆ ସହ ଅଙ୍ଗନବାଡ଼ି ଉନ୍ନତି ନିମନ୍ତେ ଆସୁଥିବା ଟଙ୍କାକୁ ହେରଫେର କରିଛନ୍ତି । ଏଥିସହିତ ଦୁଇ ମାସରେ ଥରେ ଲେଖାଏଁ ପ୍ରସୂତି ମହିଳାମାନଙ୍କୁ ଛତୁଅ। ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି । ଅଙ୍ଗନବାଡି କର୍ମୀଙ୍କ ଏଭଳି ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଥିଲେ । ଯଦ୍ବାରା ଅଙ୍ଗନବାଡି ବାରଣ୍ଡାରେ ଶିଶୁମାନେ ବସିଥିଲେ ।
ଉକ୍ତ ଘଟଣାରେ ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର କରାନଗଲେ ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ଖୁବଶୀଘ୍ର ଏସବୁ ସମସ୍ୟାର ସମାଧାନ ହେବ ବୋଲି ଅଙ୍ଗନବାଡି ସୁପରଭାଇଜର କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ