ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ୭ କୁ ବୃଦ୍ଧି ପାଇଛି । ଆଉ ତିନିଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୟୂରଭଞ୍ଜରେ ପଜିଟିଭଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।
ମୟୂରଭଞ୍ଜରେ ପୂର୍ବରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ଆଉ 3 କୋରୋନା ପଜିଟିଭି ଚିହ୍ନଟ କରାଯାଇଛି । ପ୍ରଥମ ଥର ପାଇଁ ଜିଲ୍ଲାରୁ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ପିଙ୍ଗୁରୁ ୬ ଜଣ ଏବଂ ପୋଡିଡିହାରୁ ଜଣେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସମଗ୍ର ଜିଲ୍ଲାରେ କଡା ନଜର ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଓ କ୍ବାରେଣ୍ଟାଇନ୍ରେ ଥିଲେ । ସେମାନଙ୍କୁ ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାକୁ ଓରେଞ୍ଜ ଜୋନ ଭାବେ ଘୋଷଣା କରାଯାଇସରିଛି । ସୁରଟ ଫେରନ୍ତା ହୋଇ କୋରେଣ୍ଟଟାଇନରେ ରହିଥିବାରୁ କୌଣସ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ ।
ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକର ସମସ୍ତ ୭ଟି କୋରୋନା ସଂକ୍ରମିତ ହେଉଛନ୍ତି ସୁରଟ ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା । ଜିଲ୍ଲାର ସମସ୍ତ ୪୦୪ ଟି ପଞ୍ଚାୟତରେ କ୍ବାରେଣ୍ଟାଇନ ଗୃହ ନିର୍ମାଣ ସରିଛି ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ