ETV Bharat / state

ବାରିପଦାରେ ଲକଡାଉନ ସ୍ଥିତି ପରଖିଲେ ମୟୁରଭଞ୍ଜ ଏସପି ଓ ଜିଲ୍ଲାପାଳ

କୋରୋନା ସଚେତନତାକୁ ନେଇ ବାରିପଦା ସହ ସ୍ଥିତି ପରଖିଲେ ମୟୁରଭଞ୍ଜ ଜିଲ୍ଲାର ଏସ ପି ଏବଂ ଜିଲ୍ଳାପାଳ । ଅନ୍ୟପକ୍ଷରେ କୌଣସି ଜରୁରୀ କାମ ନ ଥିଲେ ଘରୁ ପଦାକୁ ବାହାରନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

author img

By

Published : Mar 30, 2020, 1:27 PM IST

Mayurbhanj SP and district magistrate inspected the lockdown situation
ବାରିପଦାରେ ଲକଡାଉନ ସ୍ଥିତି ପରଖିଲେ ମୟୁରଭଞ୍ଜ ଏସ ପି ଓ ଜିଲ୍ଲାପାଳ

ବାରିପଦା: କୋରୋନା ଭାଇରସକୁ ନେଇ ସାରା ବିଶ୍ବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଥିଲେ ସରକାର । ତେବେ ଏହି ଘୋଷଣା ପରେ ବାରିପଦା ସହରର ବିଭିନ୍ନ ସ୍ଥାନରେ ସ୍ଥିତି ପରଖିଛନ୍ତି ମୟୁରଭଞ୍ଜ ଜିଲ୍ଲାର ଏସପି ଏବଂ ଜିଲ୍ଳାପାଳ । ବାରିପଦା ସହରର ପରିବା ମାର୍କେଟ ଏକା ସାଙ୍ଗରେ ଚଢାଉ କରି ସେଠାରେ ସାମାଜିକ ଦୁରତ୍ବ ପାଳନ ହେଉଛି ନା ନାହିଁ ଦେଖିବା ସହ ଲୋକଙ୍କୁ ସଚେତନ କରାଇଛନ୍ତି । ଜିଲ୍ଲାରେ ଜରୁରୀ କାଳୀନ ଦୋକାନ ମେଡିକାଲ, ଗ୍ରୋସରି, ପନିପରିବା, ମାଛ ଓ ମାଂସ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନବଜାର ବନ୍ଦ ରଖିବା ସହିତ ପରସ୍ପରଠାରୁ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ବାରିପଦା ସହରରେ ଏ ସବୁର ବ୍ୟତିକ୍ରମ ଦେଖିବାକୁ ମିଲିଥୁବାରୁ ଉଭୟ ମୟୁରଭଞ୍ଜ ଏସପି ଏବଂ ଜିଲ୍ଲାପାଳ ଲକଡାଉନକୁ ଅଧିକ କଡାକଡି କରାଯିବ ବୋଲି କହିଛନ୍ତି। ଲକଡାଉନ ନିୟମ ନ ମାନି ବାହାରକୁ ବାହାରିଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୟୁରଭଞ୍ଜ ଏସପି। ଅନ୍ୟପକ୍ଷରେ କୌଣସି ଜରୁରୀ କାମ ନ ଥିଲେ ଘରୁ ପଦାକୁ ବାହାରନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.