ETV Bharat / state

ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲା; ଅଭିଯୁକ୍ତ ନିଲମ୍ବିତ - ଚତୁର୍ଥ ଶ୍ରେଣୀ ପୋଲିସ କର୍ମଚାରୀ

ମୟୂରଭଞ୍ଜ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ଏସପି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Sep 9, 2019, 6:38 PM IST

ବାରିପଦା: ରକ୍ଷକ ସାଜିଥିଲା ଭକ୍ଷକ । ଜଣେ ପୋଲିସ କର୍ମଚାରୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଲୋକେ ଉକ୍ତ ପୋଲିସ କର୍ମଚାରୀଙ୍କୁ ବାନ୍ଧିଥିଲେ । ଏପରି ଲଜ୍ଜାଜନକ ଘଟଣା ଘଟିଥିଲା ଗତକାଲି । ଆଉ ଆଜି ମୟୁରଭଞ୍ଜ ଏସପି ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଳମ୍ବନ କରିଛନ୍ତି। ଜଣେ ଚତୁର୍ଥ ଶ୍ରେଣୀ ପୋଲିସ କର୍ମଚାରୀ ଇଣ୍ଡୋର ଷ୍ଟାଡିୟମ ଦେଇ ଆସୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଟଣାଓଟରା କରିଥିଲେ । ଏଥିସହ ଏକ ନିଛାଟିଆ ସ୍ଥାନରେ ଥିବା ପମ୍ପ ହାଉସ ନିକଟକୁ ଟାଣି ନେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ଏହି ଘଟଣା ଜଣା ପଡିବା ପରେ ଲୋକେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଆଜି ଏହି ଘଟଣାରେ ଏସପି ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାର୍ଯ୍ୟରୁ ମଧ୍ୟ ନିଲମ୍ବନ କରିଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ନିଲମ୍ବିତ ହେଲେ ଛାତ୍ରୀ ଙ୍କୁ ଅସଦାଚରଣ କରିଥିବା ପୋଲିସ କର୍ମଚାରୀ। ବାରିପଦାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ କର୍ମଚାରୀ ଜହରଲାଲ ବେହେରା ଙ୍କୁ ଗତକାଲି ଗିରଫ କରିଥିଲା ପୋଲିସ। ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧିଥିଲେ ଲୋକେ। ଗିରଫ ପରେ ମୟୁରଭଞ୍ଜ ଏସ ପି ପରମାର ସ୍ମିତ ପରଷୋତ୍ତମ ଦାସ ଅସଦାଚରଣ କରିଥିବା ପୋଲିସ କର୍ମଚାରୀ ଙ୍କୁ ନିଲମ୍ବିତ କରିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.