ETV Bharat / state

ଅଲଚିକି ଭାଷାରେ ରିପୋର୍ଟ କାର୍ଡ ଉନ୍ମୋଚନ କଲେ ମୟୂରଭଞ୍ଜ ସାଂସଦ - Mayurbhanj MP biseswar tudu

ରାଇରଙ୍ଗପୁରରେ ମୟୂରଭଞ୍ଜ ସାଂସଦ ଅଲଚିକି ଲିପିରେ ଏକ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ।

ଅଲଚିକି ଭାଷାରେ ରିପୋର୍ଟ କାର୍ଡ ଉନ୍ମୋଚନ କଲେ ମୟୂରଭଞ୍ଜ ସାଂସଦ

author img

By

Published : Sep 7, 2020, 5:58 PM IST

ରାଇରଙ୍ଗପୁର: ଅଲଚିକି ଭାଷାରେ ଉନ୍ମୋଚନ ହେଲା ମୟୂରଭଞ୍ଜ ସାଂସଦଙ୍କ ରିପୋର୍ଟ । ସାଂସଦ ଭାବରେ ନିଜର ପ୍ରଥମ ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ବର ଟୁଡୁ ।

ଅଲଚିକି ଭାଷାରେ ରିପୋର୍ଟ କାର୍ଡ ଉନ୍ମୋଚନ କଲେ ମୟୂରଭଞ୍ଜ ସାଂସଦ

ରାଇରଙ୍ଗପୁର ଡାକ ବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସାନ୍ତାଳୀ ଅଲଚିକି ଲିପିରେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ନିଜ ଏକ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ପୂର୍ବରୁ ବାରିପଦାରେ ଓଡ଼ିଆ ଭାଷାରେ ରିପୋର୍ଟ କାର୍ଡ ପ୍ରଦାନ କରିଥିବା ବେଳେ ରାଇରଙ୍ଗପୁରରେ ଅଲଚିକିରେ ଛପା ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚନ କରିଛନ୍ତି । ସାଂସଦ ବିଶେଶ୍ବର ଟୁଡୁ ୨୦୧୯ ବର୍ଷର ରିପୋର୍ଟ କାର୍ଡରେ ବିଶେଷ କରି ନୂତନ ରେଳପଥ, ଜାତୀୟ ରାଜପଥରେ ଓଭର ବ୍ରିଜ ଓ ଅଣ୍ଡର ପାସ , ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପାୟନ, ସ୍ପିନିଂ ମିଲ , ସ୍ପଞ୍ଜ ଆଇରନ, ସବାଇ ଘାସ ପ୍ରକଳ୍ପ , ଡାଏରୀ ଫାର୍ମ , ମାଛ ଚାଷ ପ୍ରକଳ୍ପ ଆଦି ସ୍ଥାପନ ପାଇଁ ଯଥେଷ୍ଟ ପ୍ରୟାସ କରାଯାଇଥିବା ଉଲ୍ଲେଖ ରହିଛି ।

କୋରୋନା ମହାମାରୀ ଜନିତ କଟକଣା ପାଇଁ ବହୁ କାର୍ଯ୍ୟ ଅଟକି ରହିଥିବା ବେଳେ ଆଗାମୀ ଦିନରେ ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଜଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ଉପସ୍ଥିତ ରହିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.