ବାରିପଦା: ଷ୍ଟେଜ ଉପରେ ସାଂସଦଙ୍କ କମାଲ । ‘ଚନ୍ଦ୍ରମା ଆଗୋ ଚନ୍ଦ୍ରମା’ ଗୀତ ଗାଇ ଦର୍ଶକଙ୍କୁ ବିମୋହିତ କଲେ ମୟୂରଭଞ୍ଜ ସାଂସଦ ସରୋଜିନୀ ହେମ୍ବ୍ରମ । ସୋମବାର ସେ କେନ୍ଦ୍ରୀୟ ମହିଳା ସଶକ୍ତିକରଣ କମିଟିର ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।
ପ୍ରତିବର୍ଷ ଲକ୍ଷ୍ମୀପୂଜା ଅବସରରେ ବାରିପଦାର ବ୍ରହ୍ମମନ୍ଦିର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ । ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଦୀୟମାନ ଅଭିନେତା ସ୍ବରାଜ ବାରିକ ଏବଂ ଓମ ସୁଭମ ଯୋଗ ଦେଇ ଦେଖଣାହାରୀଙ୍କ ମନୋରଞ୍ଜନ କରିଥିଲେ ।
ତେବେ ଏଥିରେ ସାମିଲ ହୋଇଥିବା ସରୋଜିନୀ ଦର୍ଶକଙ୍କ ଅନୁରୋଧକୁ ରଖି ନିମାଇଁ ମହାନ୍ତିଙ୍କ ହୃହୟସ୍ପର୍ଶୀ ଗୀତ ଚନ୍ଦ୍ରମା ଗୀତ ଗାଇଥିଲେ । ତାଙ୍କ ଗୀତରେ ଝୁମି ଦର୍ଶକ ବି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ