ବାରିପଦା: ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ଵର ଟୁଡୁଙ୍କ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ସଂସଦକୁ ଯିବା ଗୋଟିଏ ବର୍ଷ ପାର କରିଛି । ତେବେ ଲୋକସଭା ସାଂସଦ ଭାବେ ଗତ ଗୋଟିଏ ବର୍ଷର ସାଂସଦ କଣ କାର୍ଯ୍ୟ କରିଛନ୍ତି ତାହାର ହିସାବ ରଖିଛନ୍ତି ଜନତାଙ୍କ ଆଗରେ । ଏହି ଅବସରରେ ବାର୍ଷିକ ରିପୋର୍ଟ କାର୍ଡ-୨୦୧୯ ଏକ ପୁସ୍ତିକା ମଧ୍ୟ ଲୋକାର୍ପଣ କରିଛନ୍ତି।
ପୁସ୍ତିକାରେ ରେଳ ବିଭାଗ, କୃଷି ଓ ଜଳସେଚନ ,ଶିକ୍ଷା, ପର୍ଯ୍ୟଟନ, ଜାତୀୟ ରାଜପଥ ଆଦି ଉପରେ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସୂଚନା ପ୍ରଦାନ କରାଯାଇଛି । ଏହାସହ ଆଗକୁ ମଧ୍ୟ କଣ କରିବେ ତାର ମଧ୍ୟ ସୂଚନା ଦେଇଛନ୍ତି ସାଂସଦ ଟୁଡୁ ।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଲୋକଙ୍କ ରୋଜଗାର ପାଇଁ ଏମଜିଏନଆରଇଜିଏସ ପ୍ରକଳ୍ପ ଦ୍ବାରା କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସାଂସଦ ଟୁଡୁ । ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକରେ ଥିବା ଅମରଦା ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ ଜାରି ରହିଛି କରୋନା ପାଇଁ ବିଳମ୍ବ ହୋଇଥିବା କହିଛନ୍ତି ।
ଆଜି (ବୁଧବାର) ଏକ ସମ୍ବାଦିକ ସମ୍ମିଳନୀ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି ସାଂସଦ । ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବିଜେପି ରାଜ୍ୟ ମୁଖପାତ୍ର ଜୀବନ ସାହୁ, ମୋରଡା ବିଧାନସଭା ବିଧାୟକ ପ୍ରାର୍ଥୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ କବି ବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ