ETV Bharat / state

ମରଣଯନ୍ତା ମାଛୁଆ ପୋଲ, ଜୀବନ ବାଜିରେ ଲଗାଇ ଯାତାୟତ କରୁଛନ୍ତି ୨ ବ୍ଲକବାସିନ୍ଦା - ମୟୂରଭଞ୍ଜ ଖବର

ବିପଦ ସଙ୍କୁଳ ଅବସ୍ଥାରେ ମାଛୁଆ ପୋଲ । ଜୀବନକୁ ବାଜିରେ ଲଗାଇ ଯାତାୟତ କରୁଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଓ ବେତନଟୀ ବ୍ଲକବାସିନ୍ଦା । ଅଧିକ ପଢନ୍ତୁ...

ବିପଦ ସଙ୍କୁଳ ଅବସ୍ଥାରେ ମାଛୁଆ ପୋଲ, ଜୀବନକୁ ବାଜିରେ ଲଗାଇ ଯାତାୟତ କରୁଛନ୍ତି ଲୋକେ

author img

By

Published : Oct 30, 2021, 3:55 PM IST

ବାରିପଦା: ବିପଦ ସଙ୍କୁଳ ଅବସ୍ଥାରେ ମୟୂରଭଞ୍ଜ ଜିଲ୍ଲାର ମାଛୁଆ ପୋଲ । ଜିଲ୍ଲାର ମୋରଡ଼ା ବ୍ଲକରୁ ବେତନଟୀ ବ୍ଲକକୁ ସଂଯୋଗ କରୁଥିବା ଏହି ପୋଲର ଅବସ୍ଥା ଏବେ ନକହିବା ଭଲ । ଦୀର୍ଘ ବର୍ଷ ହେବ ଏହି ପୋଲ ମରାମତି ହୋଇନଥିବାରୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ରାଜାରାଜୁଡା ଅମଳରୁ ତିଆରି ଏହି ପୋଲ ଏବେ ଲୋକଙ୍କୁ କଲବଲ କରୁଥିବା ବେଳେ ଜୀବନକୁ ବାଜିରେ ଲଗାଇ ଲୋକେ ପୋଲ ଉପରେ ଯାତାୟତ କରୁଛନ୍ତି।

ମରଣଯନ୍ତା ମାଛୁଆ ପୋଲ, ଜୀବନ ବାଜିରେ ଲଗାଇ ଯାତାୟତ କରୁଛନ୍ତି ୨ ବ୍ଲକବାସିନ୍ଦା

ରାତି ପାହିଲେ ମୋରଡ଼ା ଓ ବେତନଟୀ ବ୍ଲକର ହଜାର ହଜାର ଲୋକ ଏହି ମାଛୁଆ ପୋଲ ଦେଇ ବାରିପଦା, ବାଲେଶ୍ବର, ଦାନ୍ତିଆମୁହାଁ ହାଟକୁ ଯିବା ଆସିବା କରନ୍ତି। କିନ୍ତୁ ପୋଲଟି ଏବେ ଝୁଲନ୍ତା ଅବସ୍ଥାରେ ରହିଥିବା ବେଳେ କେତେବେଳେ ଯେ ଭୁଶୁଡି ପଡିବ ତାହା କାହାକୁ ବି ଜଣାନାହିଁ । ତେବେ ତୁରନ୍ତ ପୋଲ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଲୋକଙ୍କ କହିବା ଅନୁଯାୟୀ ଏହି ପୋଲର ମରାମତି ପାଇଁ କେହି ବି ଆଜି ପର୍ଯ୍ୟନ୍ତ ଉଦ୍ୟମ କରିନାହାନ୍ତି। ସବୁଠାରୁ ବଡ କଥା ହେଉଛି ପୋଲଟି ମୋରଡ଼ା ଓ ବେତନଟୀ ବ୍ଲକର ସୀମାନ୍ତରେ ରହିଥିବା ବେଳେ ଉଭୟ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ତେବେ ପୋଲ ମରାମତି ନେଇ ବାରମ୍ବାର ଜିଲ୍ଲାପାଳ, ବିଡ଼ିଓ ସହ ବିଧାୟକ ଓ ସାଂସଦଙ୍କୁ ଅଭିଯୋଗ କରିଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନଥିବା କହିଛନ୍ତି ମୋରଡ଼ା ବ୍ଲକ ଦାନ୍ତିଆମୁହାଁ ସରପଞ୍ଚ ।

ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗମନାଗମନର ସୁବିଧା ପାଇ ନୂତନ ପୋଲ ନିର୍ମାଣ ସହ ପୋଲ ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ପୋଲ ପ୍ରତି ଏଯାଏଁ କାହାର ଦୃଷ୍ଟି ପଡିନାହିଁ । ତେବେ ତୁରନ୍ତ ପୋଲ ମରାମତି କରାନ ଗଲେ କେତେବେଳେ ଯେ ବଡ ଅଘଟଣ ଘଟିବ ତାହା କେହି କହିପାରିବିବେ ନାହିଁ। ଖାଲି ଦେଖିବାକୁ ବାକି ରହିଲା ଏହି ପୋଲ ଉପରେ କେବେ ପଡୁଛି ପ୍ରଶାସନର ନଜର ଓ କେବେ ହେଉଛନି ମରାମତି କାମ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.