ETV Bharat / state

SCHOOL STUDENT CORONA: ସରକାରୀ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀଙ୍କୁ କୋରୋନା, କଣ୍ଟେନମେଣ୍ଟ ଜୋନ ଘୋଷଣା

ଚମକପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟ (Government Girls School) ରେ ୨୬ ଜଣ ଛାତ୍ରୀ କୋରୋନା ଆକ୍ରାନ୍ତ । ସ୍କୁଲରେ ପହଞ୍ଚିଲା ଡ଼ାକ୍ତରୀ ଟିମ । ଅଧିକ ପଢନ୍ତୁ

author img

By

Published : Nov 27, 2021, 10:57 AM IST

Updated : Nov 27, 2021, 8:00 PM IST

MAYURBHANJ CORONA:  ସରକାରୀ ଆବାସିକ ବାଳିକା ବିଦ୍ୟାଳୟରେ ୨୬ ଛାତ୍ରୀ କରୋନା ଆକ୍ରାନ୍ତ

ରାଇରଙ୍ଗପୁର: ମୟୂରଭଞ୍ଜ ଚମକପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟ (Government Girls School)ରେ ୨୬ ଜଣ ଛାତ୍ରୀ କୋରୋନା ଆକ୍ରାନ୍ତ । ଏନେଇ ସ୍କୁଲରେ ପହଞ୍ଚିଲେ କରଞ୍ଜିଆ ଉପଜିଲ୍ଲାପାଳ ଡ.ରଜନୀକାନ୍ତ ବିଶ୍ୱାଳଙ୍କ ସମେତ ସ୍ଥାନୀୟ ବିଡ଼ିଓ, ତହସିଲଦାର , ଡ଼ାକ୍ତରୀ ଟିମ । ଜଣେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆକ୍ରାନ୍ତ ଛାତ୍ରୀ ମାନଙ୍କ ଚିକିତ୍ସା କରାଯିବା ସହ ସେଠାରେ ଏକ ଆମ୍ବୁଲାନ୍ସ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏପଟେ ସ୍କୁଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି ।

SCHOOL STUDENT CORONA: ସରକାରୀ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀଙ୍କୁ କୋରୋନା

ବିଦ୍ୟାଳୟରେ ମୋଟ ୨୫୯ ଜଣ ଛାତ୍ରୀ ରହି ପାଠ ପଢ଼ୁଥିବା ବେଳେ ୨୦ ଜଣ କର୍ମଚାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛିଦିନ ପୂର୍ବରୁ କେତେକ ଛାତ୍ରୀ ଅସୁସ୍ଥ ଥିବାରୁ ଗତ ଗୁରବାର ଦିନ ସେମାନଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ଏହାପରେ ୨୨ ଜଣ କରୋନା ପଜିଟିଭି ଥିବାର ଜଣାପଡିଥିଲା। ଶୁକ୍ରବାର ମଧ୍ୟ ୪ ଜଣ ଛାତ୍ରୀ କୋରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡିବା ପରେ ବର୍ତ୍ତମାନ ସୁଦ୍ଧା ମୋଟ ୨୬ ଜଣ ଛାତ୍ରୀ ଆକ୍ରାନ୍ତ ଥିବା ଜଣାପଡ଼ିଛି । ୧୫ ଜଣଙ୍କ ସ୍ବାବ ଟେଷ୍ଟ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସମସ୍ତ ଚିହ୍ନଟ ଆକ୍ରାନ୍ତ ମାନଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏଥିସହ ବିଦ୍ୟାଳୟକୁ ସାନିଟାଇଜ ମଧ୍ୟ କରାଯାଉଛି।

କୌଣସି ଛାତ୍ରୀ ଗୁରୁତର ଥିବା ନେଇ ସୂଚନା ମିଳିନାହିଁ । ଶନିବାର ସକାଳୁ କରଞ୍ଜିଆ ଉପଜିଲ୍ଲାପାଳ ଡ.ରଜନୀକାନ୍ତ ବିଶ୍ବାଳ, କରଞ୍ଜିଆ ପିଏଆଇଟିଡିଏ, ଠାକୁରମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦିବାକର ମାଝୀ, ଡ଼ାକ୍ତର ଓ ଟିମ ପହଞ୍ଚି ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଆକ୍ରାନ୍ତ ଛାତ୍ରୀ ମାନଙ୍କୁ ଔଷଧ ଦିଆଯାଇଛି । ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ ଦ୍ଵାରା ସମ୍ପୂର୍ଣ୍ଣ ସ୍କୁଲ ପରିସରକୁ ଦିନକୁ ଦୁଇ ଥର ଲେଖାଏଁ ସାନିଟାଇଜ୍ କରାଯାଉଥିବା ଜଣାପଡିଛି । ଜଣେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚିକିତ୍ସା ଜାରି ରହିବା ସହ ରୋଗୀଙ୍କ ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ମଧ୍ୟ ରହିବ । କୌଣସି ସମୟରେ ଆକ୍ରାନ୍ତଙ୍କ ଠାରେ ଗୁରୁତର ଲକ୍ଷଣ ଦେଖା ଗଲେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକତ୍ସା ପାଇଁ ବାରିପଦା ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯିବ ବୋଲି କରଞ୍ଜିଆ ଉପଜିଲ୍ଲାପାଳ ଡ଼. ରଜନୀକାନ୍ତ ବିଶ୍ବାଳ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Nov 27, 2021, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.